କନକବ୍ୟୁରୋ : ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି । ବ୍ୟାପିବାରେ ଲାଗିଛି ଡାଇରିଆ । ଜିଲ୍ଲାର ୭ଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ରୁ ଅଧିକ ରହିଥିବା ସୂଚନା ମିଳିଛି । ସେପଟେ କିଛି ରୋଗୀ ସୁସ୍ଥ ହୋଇ ଅଧାରୁ ଅଧିକ ଘରକୁ ଫେରିଛନ୍ତି । ଯାଜପୁର ରୋଡ଼ ମେଡ଼ିକାଲରେ ଆଜି ଆଠ ନୂଆ ଆକ୍ରାନ୍ତ ଭର୍ତ୍ତି ହୋଇଥିବାବେଳେ ବର୍ତ୍ତମାନ ୪୨ଜଣ ଚିକିତ୍ସିତ ହେଉଛନ୍ତି । ଦାନଗଦି ମେଡ଼ିକାଲରେ ସାତ ଜଣ ନୂଆ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ୩୨ ଜଣ ଚିକିତ୍ସାଧିନ ଅଛନ୍ତି ।
ସେହିପରି କୋରେଇ ମେଡ଼ିକାଲରେ ଆଜି ଜଣେ ନୂତନ ଆକ୍ରାନ୍ତଙ୍କ ଭର୍ତ୍ତି ହୋଇଥିବାବେଳେ ବର୍ତ୍ତମାନ ୮ ଜଣ ଚିକିତ୍ସାଧୀନ ଅଛନ୍ତି । ଧୀରେ ଧୀରେ ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀ ମାନେ ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ନୂତନ ଆକ୍ରାନ୍ତ ମେଡ଼ିକାଲକୁ ଆସୁଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ଝାଡ଼ାବାନ୍ତିରେ ମୃତ୍ୟୁବରଣ ହୋଇଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ଝାଡ଼ାବାନ୍ତି କାରଣ ସ୍ପଷ୍ଟ ହୋଇପାରିନି । ପରିସ୍ଥିତିକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ଯାଜପୁର ରୋଡ଼ ମେଡ଼ିକାଲରେ ରୋଗୀମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/06/13/jU1qQmtLmGDrKS8kDc7x.jpg)