ଏଚ୍ ୱାନ ବି ଭିସା ଫି ବୃଦ୍ଧି ନେଇ ପରୋକ୍ଷରେ ଆମେରିକାକୁ ଶୁଣାଇଲେ ଜୟଶଙ୍କର, ଶ୍ରମଶକ୍ତିର ଅଭାବ ଆଶଙ୍କା ପ୍ରକାଶ

ଆମେରିକା  ଏଚ୍. ୱାନ୍. ବି ଭିସା ଫି ୮୮ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏହି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ବିଶ୍ବ ଶ୍ରମଶକ୍ତି ଏକ ବାସ୍ତବତା।  

48

କନକ ବ୍ୟୁରୋ : ବିଶ୍ୱରେ ଅନେକ ଦେଶର ଜନସଂଖ୍ୟା ନିଜ ଶ୍ରମ ଆବଶ୍ୟକତା ପୂରଣ କରିପାରିବେ ନାହିଁ । ଆମେରିକା  ଏଚ୍. ୱାନ୍. ବି ଭିସା ଫି ୮୮ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏହି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ବିଶ୍ବ ଶ୍ରମଶକ୍ତି ଏକ ବାସ୍ତବତା ।   ଜାତିସଂଘ ସାଧାରଣ ଅଧିବେଶନରେ ବିକାଶ, ବାଣିଜ୍ୟ ଓ ପ୍ରଯୁକ୍ତି ବିଦ୍ୟା ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ  ଯୋଗଦେଇ ଜୟଶଙ୍କର କହିଛନ୍ତି, ଏଚ୍. ୱାନ୍. ବି ଭିସା ଫି ବୃଦ୍ଧି ଦ୍ୱାରା  ଆମେରିକାରେ ଅନ୍ୟଦେଶ ଓ ଭାରତୀୟ ଶ୍ରମଶକ୍ତି ପ୍ରଭାବିତ ସମସ୍ୟାରେ ପଡ଼ିଛନ୍ତି । ଭିସା ଫି ବୃଦ୍ଧି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କହିଥିଲେ ଯେ ତାଙ୍କ ଦେଶର ଶ୍ରମଶକ୍ତି ବିଦେଶର ଶ୍ରମଶକ୍ତି, ବିଶେଷକରି ଭାରତୀୟ ଶ୍ରମଶକ୍ତି ଦ୍ୱାରା ପ୍ରଭାବିତ ହେଉଛି । ଜୟଶଙ୍କର କହିଛନ୍ତି, ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦେଖି ବିଶ୍ବ ଶ୍ରମଶକ୍ତିକୁ ଏଡ଼ାଇ ଦେଇହେବ ନାହିଁ। ଏଥିପାଇଁ  ବିଧିବଦ୍ଧ ନୀତି ଧାର୍ଯ୍ୟ କରିବାକୁ ପଡ଼ିବ ବୋଲି ଜୟଶଙ୍କର କହିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe