ପାକିସ୍ତାନ ଯିବେ ଜୟଶଙ୍କର ; ଏସସିଓ ସମ୍ମିଳନୀରେ ଦେବେ ଯୋଗ

ପାକିସ୍ତାନ ଯିବେ ଭାରତୀୟ ବୈଦେଶିକ ମନ୍ତ୍ରୀ । ଏସସିଓ ସମ୍ମିଳନୀରେ ଦେବେ ଯୋଗ । ଆଞ୍ଚଳିକ ସୁରକ୍ଷା, ଆର୍ଥିକି ସହଯୋଗ କ୍ଷେତ୍ରରେ ହେବ ଆଲୋଚନା ।

9Jai

କନକ ବ୍ୟୁରୋ:  ପାକିସ୍ତାନ ଗସ୍ତରେ ଯିବେ ଭାରତର ବୈଦେଶିକ ବ୍ୟାପରମନ୍ତ୍ରୀ ଏସ ଜୟଶଙ୍କର। ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ସମ୍ମିଳନୀରେ ଯୋଗଦେବେ ଏସ ଜୟଶଙ୍କର।  ଗସ୍ତ ନେଇ ସୂଚନା ଦେଇଛି ବିଦେଶମନ୍ତ୍ରାଳୟ । ସଦସ୍ୟ ଦେଶମାନଙ୍କ ମଧ୍ୟରେ ଆଞ୍ଚଳିକ ସୁରକ୍ଷା, ଆର୍ଥିକ ସହଯୋଗ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। 

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ଜୟଶଙ୍କରଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ବାସ୍ତବରେ ଆଞ୍ଚଳିକ ସ୍ଥିରତା ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଏସସିଓ ବୈଠକ ଅନୁଷ୍ଠିତ ହେଉଛି ଯେଉଁଥିରେ ଚୀନ୍, ରୁଷିଆ ଏବଂ ମଧ୍ୟ ଏସୀୟ ଦେଶ ସହ ଅନେକ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଜୟଶଙ୍କରଙ୍କ ଉପସ୍ଥିତି ମଧ୍ୟ ଏହି ଆଞ୍ଚଳିକ ଫୋରମରେ ଭାରତର ଭୂମିକା ଏବଂ ପ୍ରଭାବକୁ ସୃଦୃଢ କରିବ। ୧୫ରୁ ୧୬ ଅକ୍ଟୋବର ଦୁଇ ଦିନ ଧରି ଏସସିଓ ର ସମ୍ମିଳନୀ ଅନୁଷ୍ଠିତ ହେବ । ଗତ ବର୍ଷ ଭର୍ଚୁଆଲ ମୋଡରେ ଭାରତ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରିଥିଲା ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଅନଲାଇନରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe