କନକବ୍ୟୁରୋ : ଜାତିସଂଘର ସାଧାରଣ ଅଧିବେଶନରେ ଯୋଗଦେବା ଅବସରରେ ବହୁ ବିଶ୍ବସ୍ତରୀୟ ନେତାଙ୍କ ସହ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଆଲୋଚନା କରିଛନ୍ତି ।  ଦ୍ୱିପାକ୍ଷିକ ସମ୍ପର୍କ ସହ ଜାତିସଂଘରେ ସଂସ୍କାର ଉପରେ ଆଲୋଚନା ହୋଇଛି ।   ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍ ଏବଂ ୟୁଏନଜିଏ  ଆନାଲେନା ବେରବକଙ୍କ ସହ ଜୟଶଙ୍କର ଆଲୋଚନା କରିଛନ୍ତି। ବିଶ୍ବର ସାମ୍ପ୍ରତିକ ସ୍ଥିତିରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ଜୟଶଙ୍କର। ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ ଫରହାନ ଓ ଆଲଜେରିଆ ବୈଦେଶିକ ମନ୍ତ୍ରୀ ଅହମଦ ଆତାଫଙ୍କ ମଧ୍ୟ ଆଲୋଚନା କରଥିଲେ ।  ଜାତିସଂଘ ସାଧାରଣ ଅଧିବେଶନରେ ଭାଷଣ ଦେଇ ପାକିସ୍ତାନକୁ ବିଶ୍ବ ଆତଙ୍କବାଦର କେନ୍ଦ୍ର ବୋଲି  କହିଥିଲେ ଜୟଶଙ୍କର। ଭାରତ ଏପରି ଏକ ପଡ଼ୋଶୀ ପାଇଛି ,

Advertisment

ଯେଉଁଠାରେ ଆତଙ୍କବାଦୀ ତିଆରି କାରଖାନା ରହିଛି। ବିଶ୍ୱ ମଧ୍ୟ ସାମ୍ନା କରିଆସୁଛି ଆତଙ୍କବାଦ ପରି ଭୟଙ୍କର ବିପଦ ।  ଏହି ଅବସରରେ ସେ ପହଲଗାମ ଆକ୍ରମଣର ଉଦାହରଣ ଦେଇଥିଲେ। ସେହିପରି ବାଣିଜ୍ୟ କ୍ଷେତ୍ରରେ ବିଶ୍ୱର କେତେକ ଦେଶ ସୃଷ୍ଟି କରୁଥିବା ପ୍ରତିବନ୍ଧକକୁ ପ୍ରତିହତ କରିବା ପାଇଁ ଜୟଶଙ୍କର  ଆହ୍ବାନ ଦେଇଛନ୍ତି। ଆମେରିକା ଓ ଚୀନ ବାଣିଜ୍ୟ କ୍ଷେତ୍ରରେ ଦୋମୁହାଁ ନୀତି ଧରିଥିବା ଜୟଶଙ୍କର ଅଭିଯୋଗ କରିଛନ୍ତି। ଦେଶବାସୀଙ୍କ ସ୍ବାର୍ଥ ପାଇଁ ପଦକ୍ଷେପ ନିଆଯିବ ବୋଲି ଜୟଶଙ୍କର ଦୋହରାଇଥିଲେ ।