ଅପରେସେନ୍ ସିନ୍ଦୂରରେ ଭାରତର ସଫଳତା ପରେ ବାଉଳା ପାକିସ୍ତାନ: ମହିଳା ଆତଙ୍କୀଙ୍କୁ ପ୍ରସ୍ତୁତ କରୁଛି ଜୈସ୍-ଏ-ମହମ୍ମଦ

Advertisment

ଜୈସ୍ -ଏ- ମହମ୍ମଦର ମୁଖ୍ୟ ମାସୁଦ୍ ଆଝାରର ଭଉଣୀ ସାଦିଆ ଆଝାର ଏହାର ନେତୃତ୍ବ ନେଉଛି। ଅପରେସନ ସିନ୍ଦୂରରେ ସାଦିଆ ଆଝାରର ସ୍ୱାମୀ ୟୁସୁଫ୍ ଆଝାର ପ୍ରାଣ ହରାଇଥିଲା। ଗତକାଲିଠାରୁ ଜମାତ୍- ଉଲ୍- ମୋମିନାତରେ ନିଯୁକ୍ତି ଆରମ୍ଭ ହୋଇଛି।

ଜୈସ୍ -ଏ- ମହମ୍ମଦର ମୁଖ୍ୟ ମାସୁଦ୍ ଆଝାରର ଭଉଣୀ ସାଦିଆ ଆଝାର ଏହାର ନେତୃତ୍ବ ନେଉଛି। ଅପରେସନ ସିନ୍ଦୂରରେ ସାଦିଆ ଆଝାରର ସ୍ୱାମୀ ୟୁସୁଫ୍ ଆଝାର ପ୍ରାଣ ହରାଇଥିଲା। ଗତକାଲିଠାରୁ ଜମାତ୍- ଉଲ୍- ମୋମିନାତରେ ନିଯୁକ୍ତି ଆରମ୍ଭ ହୋଇଛି।

ffff

Photograph: (kanak news)

କନକ ବ୍ୟୁରୋ: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ୍ -ଏ- ମହମ୍ମଦ ପ୍ରଥମ ଥର ପାଇଁ ନିଜର ମହିଳା ଶାଖା ଗଠନ କରୁଛି। ଏହାର ନାଁ ରହିଛି ଜମାତ୍- ଉଲ୍- ମୋମିନାତ୍ । ଜୈସ୍ -ଏ- ମହମ୍ମଦର ମୁଖ୍ୟ ମାସୁଦ୍ ଆଝାରର ଭଉଣୀ ସାଦିଆ ଆଝାର ଏହାର ନେତୃତ୍ବ ନେଉଛି। ଅପରେସନ ସିନ୍ଦୂରରେ ସାଦିଆ ଆଝାରର ସ୍ୱାମୀ ୟୁସୁଫ୍ ଆଝାର ପ୍ରାଣ ହରାଇଥିଲା। ଗତକାଲିଠାରୁ ଜମାତ୍- ଉଲ୍- ମୋମିନାତରେ ନିଯୁକ୍ତି ଆରମ୍ଭ ହୋଇଛି। ବାହାୱଲପୁର, କରାଚୀ, ମୁଜାଫରାବାଦ୍, କୋଟଲି ଓ ହରିପୁର ଆଦି ଅଞ୍ଚଳରେ ଆର୍ଥିକ ଦୁର୍ବଳ ଶ୍ରେଣୀର ମହିଳାଙ୍କୁ ସଂଗଠନରେ ସାମିଲ କରୁଛି ଜମାତ୍- ଉଲ୍- ମୋମିନାତ୍ ।  ଏହି ମହିଳାମାନଙ୍କ ଆତ୍ମଘାତୀ ଓ ଅନ୍ୟ ଆକ୍ରମଣରେ ସାମିଲ କରିବେ ଆତଙ୍କବାଦୀ। ମହିଳାଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରି ଆଇଏସ-ଆଇଏସ, ବୋକୋ ହାରାମ୍, ହମାସ ଏବଂ ଏଲଟିଟିଇ ପରି ଗଣନୀତି ଆପଣାଇଛି ଜୈସ୍-ଏ- ମହମ୍ମଦ ।

ଆତଙ୍କୀ ସଂଗଠନର ମହିଳା ଶାଖା
ମହିଳା ଶାଖା ଗଠନ କରୁଛି ଜେଇଏମ୍  
ନାଁ ରହିଛି- ଜମାତ୍- ଉଲ୍- ମୋମିନାତ୍
ନେତୃତ୍ବ ନେଉଛି ମାସୁଦର ଭଉଣୀ ସାଦିଆ
ସଂଗଠନରେ ଆରମ୍ଭ ହୋଇଛି ନିଯୁକ୍ତି 
ଗରିବ ମହିଳାଙ୍କୁ ସଂଗଠନ ପାଇଁ ବଛାଯାଉଛି
ଆତ୍ମଘାତୀ ଆକ୍ରମଣ କରିବେ ମହିଳା  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe