କନକ ବ୍ୟୁରୋ : ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ତଥା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ନେଇ ବଡ ଖବର ଆସିଛି । ଆଫଗାନିସ୍ତାନରେ ହ୍ୟାଟ-ଆଟାକ୍ ପାକିସ୍ତାନରେ ଚିକିତ୍ସା । ଆଫଗାନିସ୍ତାନରେ ଥିବାବେଳେ ମସୁଦଙ୍କୁ ହୃଦଘାତ ହୋଇଥିବା ଖବର ମିଳିଛି । ଏହାପରେ ତାଙ୍କୁ ଗୋପନରେ ପାକିସ୍ତାନର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ମାସୁଦ ଆଝାର ଆଫଗାନିସ୍ତାନର ଖୋଷ୍ଟ ପ୍ରଦେଶରେ ଲୁଚି ରହିଥିଲା । ସେଠାରେ ତାଙ୍କୁ ହୃଦଘାତ ହୋଇଥିଲା । ଏହା ପରେ ମସୁଦଙ୍କୁ ଆଫଗାନିସ୍ତାନରୁ ପାକିସ୍ତାନ ନିଆଯାଇଥିଲା। ସେ ଏବେ କରାଚିର ମିଳିତ ସାମରିକ ହସ୍ପିଟାଲରେ ଭର୍ତ୍ତି ହୋଇଛି। ବର୍ତ୍ତମାନ ମସୁଦର ଅବସ୍ଥା କେମିତି ଅଛି ସେ ନେଇ କୌଣସି ଅପଡେଟ୍ ନାହିଁ।

Advertisment

ଆଫଗାନିସ୍ତାନରେ ହାର୍ଟଆଟାକ୍ ପାକିସ୍ତାନରେ ଚିକିତ୍ସା 
ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଲିଷ୍ଟରେ ମାସୁଦ ଆଝାର  ରହିଛି
ମାସୁଦ ଆଝାର ଆଫଗାନିସ୍ତାନର ଖୋଷ୍ଟ ପ୍ରଦେଶରେ ଲୁଚି ରହିଥିଲା
 ଏଠାରେ ତାକୁ ହୃଦଘାତ ହୋଇଥିଲା
 ଏହା ପରେ ତାକୁ ଆଫଗାନିସ୍ତାନରୁ ପାକିସ୍ତାନ ନିଆଯାଇଥିଲା
 ଏବେ କରାଚିର ମିଳିତ ସାମରିକ ହସ୍ପିଟାଲରେ ଭର୍ତ୍ତି ହୋଇଛି ମସୁଦ୍
ସୂତ୍ରରୁ ପ୍ରକାଶ ଆଝାରର ଚିକିତ୍ସା ପାଇଁ ଇସଲାମାବାଦରୁ ହୃଦରୋଗ ବିଶେଷଜ୍ଞମାନେ କରାଚିରେ ପହଞ୍ଚୁଛନ୍ତି
ଆତଙ୍କବାଦୀ ଆଝାରକୁ ଖୋଷ୍ଟ ପ୍ରଦେଶରୁ ଗୋର୍ବାଜ ଅଞ୍ଚଳ ଦେଇ ପାକିସ୍ତାନ ପଠାଯାଇଥିଲା
୧୯୯୯ରେ ଏୟାର ଇଣ୍ଡିଆ ଅପହରଣ ଘଟଣାରେ ଯାତ୍ରୀଙ୍କ ବଦଳରେ ଆଝାରକୁ ମୁକ୍ତ କରିଥିଲା ଭାରତ 
ମୁକ୍ତ ହେବାପରେ ମାସୁଦ ଆଝାର ଜୈଶ-ଏ-ମହମ୍ମଦ (ଜେଇଏମ୍)ର ପ୍ରତିଷ୍ଠା କରିଥିଲା
ମାସୁଦକୁ ଆମେରିକା ଓ ଜାତିସଂଘ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି  
୨୦୧୯ ଫୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ମାସୁଦ