ଶୁଖିଗଲା ଜୟପୁରର ପୁରାତନ ଜଳାଶୟ ; କୋଟିକୋଟି ଖର୍ଚ୍ଚ ହେଲା, ପୁନଃରୁଦ୍ଧାର ନୋହିଲା

Advertisment

ପୁନଃରୁଦ୍ଧାର କରିବାକୁ ଯାଇ ଶୁଖିଲା ପଡ଼ିଛି ଜୟପୁର ସହରର ଲାଇଫ ଲାଇନ କୁହାଯାଉଥିବା ଜଗନ୍ନାଥ ସାଗର । ଦିନେ ଯେଉଁ ସାଗର ସହରକୁ ପରିଚୟ ଦେଉଥିଲା ଆଜି ସେ ନିଜ ପରିଚୟ ଖୋଜୁଛି ।

ପୁନଃରୁଦ୍ଧାର କରିବାକୁ ଯାଇ ଶୁଖିଲା ପଡ଼ିଛି ଜୟପୁର ସହରର ଲାଇଫ ଲାଇନ କୁହାଯାଉଥିବା ଜଗନ୍ନାଥ ସାଗର । ଦିନେ ଯେଉଁ ସାଗର ସହରକୁ ପରିଚୟ ଦେଉଥିଲା ଆଜି ସେ ନିଜ ପରିଚୟ ଖୋଜୁଛି ।

26ିହପୱ୬ୂଗ

Photograph: (kanaknews)

କନକ ବ୍ୟୁରୋ: ପୁନଃରୁଦ୍ଧାର କରିବାକୁ ଯାଇ ଶୁଖିଲା ପଡ଼ିଛି ଜୟପୁର ସହରର ଲାଇଫ ଲାଇନ କୁହାଯାଉଥିବା ଜଗନ୍ନାଥ ସାଗର । ଦିନେ ଯେଉଁ ସାଗର ସହରକୁ ପରିଚୟ ଦେଉଥିଲା ଆଜି ସେ ନିଜ ପରିଚୟ ଖୋଜୁଛି  । କୋରାପୁଟର ଜୟପୁର ଠାରୁ ଭୁବନେଶ୍ୱର ବିଧାନସଭା ସବୁଠି ଏବେ ଏହି ସାଗରକୁ ନେଇ ଚର୍ଚ୍ଚା, ତଥାପି ସୁଧୁରୁନି ଅବସ୍ଥା ।  

ଜଗନ୍ନାଥ ସାଗର...ଏଇ ନା ହିଁ ଯଥେଷ୍ଟ । ଜୟପୁରର ଜଳଉତ୍ସ କହିଲେ ଜଗନ୍ନାଥ ସାଗରକୁ ବୁଝାଏ । ପାନୀୟ ଜଳ ଯୋଗାଣ ଠାରୁ ଆରମ୍ଭ କରି ଗାଧୁଆ ପାଧୁଆ, ସବୁ ହେଉଥିଲା ଏଇଠି । ହେଲେ ଏବେ ଏଠି ଆଉ ପାଣି ନାହିଁ କି ଲୋକଙ୍କ ଭିଡ଼ ନାହିଁ । ସହର ଭିତରେ ନଳକୂପ ଖୋଳିଲେ ପାଣି ବାହାରୁନି ! ୧୨୦ ଫୁଟ୍‌ ସ୍ଥାନରେ ୨୨୦ ଫୁଟ୍‌ ଖୋଳିଲେ ବି ପାଣି ବାହାରୁନଥିବା ଅଭିଯୋଗ ହୋଇଛି । ଦୂରଦୃଷ୍ଟିର ଅଭାବରୁ ରାଜା ରାଜୁଡ଼ା ଅମଳର ସାଗର ନିଜ ପରିଚୟ ଖୋଜୁଛି । ପୁନଃରୁଦ୍ଧାର ପାଇଁ ପାଣ୍ଠିର ଅଭାବ ଦର୍ଶାଇ ଜୟପୁର ପୌର ପାଳିକା ହାତ ଟେକିଦେଇଥିବା ଅଭିଯୋଗ କରିଛନ୍ତି ଉଭୟ ବିଜେଡ଼ି ଓ ବିଜେପି ।

୨୦୦ ଏକର ପରିଧି ଭିତରେ ଥିବା ସାଗରର ପୁନଃରୁଦ୍ଧାର ପାଇଁ ବାରମ୍ବାର ଦାବି ହୋଇଛି । ବିଭିନ୍ନ ସମୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଜଳାଶୟଟି ଶୁଖିଲା ପଡ଼ିଛି । ପଙ୍କ କଢ଼ା କାମ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ଜଗନ୍ନାଥ ସାଗରକୁ ନେଇ ବିଧାନସଭାରେ ବି ଚର୍ଚ୍ଚା ହୋଇଛି । ପୁନଃରୁଦ୍ଧାର କାମ ବର୍ଷା ଦିନ ଆଗରୁ ସାରିବାକୁ କୁହାଯାଇଛି । ପ୍ରଥମ କିସ୍ତିରେ ୯କୋଟି ୨୫ ଲକ୍ଷ ଟଙ୍କା ଆସିଥିବା କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି । ଜୟପୁରର ଲାଇଫ ଲାଇନ୍ କୁହାଯାଉଥିବା ଏହି ସାଗର ଶୁଖିଯିବାରୁ ଖରା ଦିନେ ସହରବାସୀ ପାଣି ଡହଳବିକଳ ହେଉଛନ୍ତି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବର୍ଷା ଆଗରୁ ପଙ୍କ ଉଦ୍ଧାର କାମ ସରିବା ନିହାତି ଜରୁରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe