କନକ ବ୍ୟୁରୋ : ଶୁକ୍ରବାର ଭୋରୁ ରାଜସ୍ଥାନ ଅଜମେର ରାଜପଥରେ ଦେଖିବାକୁ ମିଳିଛି ଲୋମଟାଙ୍କୁରା ଦୁର୍ଘଟଣା । ଯାହାକୁ ଶଦ୍ଧର ବୟାନ କରିବା ଯେତିକି କଷ୍ଟକର ସେତିକି ଯନ୍ତ୍ରଣାଦାୟକ । ଜାତୀୟ ରାଜପଥରେ ଟ୍ରକ୍ ୟୁଟର୍ଣ୍ଣ ନେବା ବେଳେ ଦୁଇ ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ସିଏନଜି ଓ ଏଲପିଜି ଟ୍ରକ ଦ୍ବୟ ପରସ୍ପର ସହ ଧକ୍କା ହେବା ପରେ ପ୍ରଥମେ କିଛି ସମୟ ଗ୍ୟାସ୍‌ ଲିକ୍‌ ଆଉ ପରେ ହୋଇଥିଲା ପ୍ରଚଣ୍ଡ ବିସ୍ଫୋରଣ। ଫଳରେ ପୂରା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୪୦ରୁ ଅଧିକ ଗାଡ଼ି ମଧ୍ୟ ଜଳିଯିବା ସହ ୧୧ଜଣଙ୍କ ଏବେ ସୁଦ୍ଧା ମୃତ୍ୟୁ ହୋଇଛି । ଦୁଭାଗ୍ୟବଶତ ଟ୍ରକ୍ ପଛରେ ଆସୁଥିବା ଏକ ଯାତ୍ରୀବାହୀ ବସଟି ଜଳିଯାଇଛି। ତୁରନ୍ତ ବସରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ପାଖାପାଖି ୪୦ଟି ଗାଡ଼ି ଜଳିଯାଇଥିବା ଜଣାପଡ଼ିଛି । ସ୍ଥିତି ଏଭଳି ହୋଇଥିଲା ଯେ ଯାତ୍ରୀମାନେ କାଚ ଭାଙ୍ଗି ବସରୁ ଡେଇଁ ଜୀବନ ବଂଚାଇଥିଲେ ।

Advertisment

 ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ କରାଯାଇଥିଲେ ବି ଏବେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରିନି । ଗ୍ୟାସ ପେଟ୍ରୋଲ ଓ ବିସ୍ଫୋରଣ । ପୂରା ସ୍ଥାନ ଜଳିପୋଡି ପାଉଁଶ ହୋଇଛି । ଆଖପାଖ ଦୀର୍ଘକିଲୋମିଟର ପର୍ଯ୍ୟନ୍ତ କେବଳ ଦେଖିବାକୁ ମିଳିଛି କଳାଧୂଆଁ । ଆହତଙ୍କ ସଂଖ୍ୟା ଗୁରୁତର ଥିବା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ।

୨୦୦୯ ମସିହାରେ ରାଜସ୍ଥାନ ଜୟପୁରରେ ସମାନ ଧରଣର ବଡ ଅଘଟଣ ଘଟିଥିଲା । ଅଏଲ ଡିପୋରେ ଅଗ୍ନିକାଣ୍ଡ ଘଟିବା ଫଳରେ ୧୫ଜଣଙ୍କ ମୃତ୍ୟୁ ହେବା ସହ ୫୦ରୁ ଅଧିକ ଗମ୍ଭୀରଭାବେ ଆହତ ହୋଇଥିଲେ