କନକ ବ୍ୟୁରୋ: ରେଳଧାରଣା ନିକଟରେ ସେଲଫି ଉଠାଇଲେ ଯିବାକୁ ପଡ଼ିବ ଜେଲ। ଏନେଇ କଠୋର ହୋଇଛି ପୂର୍ବତଟ ରେଳବାଇ। ରେଳ ଟ୍ରାକ ନିକଟରେ ରିଲସ ଏବଂ ସେଲଫି ପାଇଁ ଅନେକ ସମୟରେ ମୂଲ୍ୟବାନ ଜୀବନ ଚାଲିଯାଉଥିବାରୁ ଏଭଳି କଡ଼ା ନିୟମ କରାଯାଇଛି। ଅସୁରକ୍ଷିତ ଭାବରେ ସେଲଫି ନେବାବେଳେ କିଛି ଯୁବକ ଚଳନ୍ତା ଟ୍ରେନରୁ ଖସିପଡ଼ି ପ୍ରାଣ ବି ହରାଇଛନ୍ତି। ତେଣୁ ରେଳବାଇ ଆଇନର ଧାରା ୧୪୭ ଏବଂ ୧୫୩ ଅନୁଯାୟୀ, ଚଳନ୍ତା ଟ୍ରେନ୍ ନିକଟରେ କିମ୍ବା ରେଳ ଟ୍ରାକରେ ସେଲ୍ଫି ନେଉଥିବା ବ୍ୟକ୍ତିଙ୍କୁ ଜରିମାନା ସହ ଏଣିକି ଜେଲ୍ ମଧ୍ୟ ହୋଇପାରେ।
ଦିନକୁ ଦିନ ରେଳଧାରଣା ନିକଟରେ ସେଲଫି ବଢୁଥିବାରୁ ତାହା ଛାତ୍ରଛାତ୍ରୀ ଓ ଯୁବକଯୁବତୀଙ୍କ ଜୀବନରେ ବିପଦ ପକାଉଛି। ଅନେକ ସମୟରେ ସେମାନଙ୍କର ଦୟନୀୟ ମୃତ୍ୟୁ ହେଉଛି। ତେଣୁ ଏଭଳି କଡ଼ା ଆଭିମୁଖ୍ୟ ସହ ଅଭିଭାବକ, ସ୍କୁଲ ଓ କଲେଜ କତୃପକ୍ଷଙ୍କୁ ମଧ୍ୟ ସଚେତନ କରିବା ଆରମ୍ଭ କରିଛି ବିଭାଗ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2025/01/30/sBSUmY2QhVsULXqFzFZa.jpg)