କନକ ବ୍ୟୁରୋ: ଗିରଫ ହେଲେ ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁ । ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସତ୍ୟପ୍ରକାଶଙ୍କଚୁ ଗିରଫ କରିଛି ଭିଜିଲାନ୍ସ  । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ରହିଛି । 

Advertisment

ସୂଚନା ଅନୁସାରେ, କଏଦୀଙ୍କ ଟଙ୍କାରେ ଅଏସ କରୁଥିଲେ ଜେଲ୍‌ ବାବୁ। କାରାଗାରରେ ପ୍ରସ୍ତୁତ ହେଉଥିଲା ବ୍ଲୁ-ପ୍ରିଣ୍ଟ! । କଏଦୀଙ୍କ ପ୍ରୋଫାଇଲ ଦେଖି ବିଛା ଯାଉଥିଲା ଜାଲ। ଆଉ ଜାଲରେ ଫସାଉଥିଲେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁ । ଜେଲରେ କଏଦୀଙ୍କୁ ଭିଆଇପି ସେବା ମିଳିବ ବୋଲି ଦେଉଥିଲେ ପ୍ରଲୋଭନ । 

ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ରହୁଥିବା କୋଲକାତାର ଲକ୍ଷ୍ମଣ ଶ୍ରୀନିବାସନ୍‌ଙ୍କଠୁ ଟଙ୍କା ନେଇ ଜେଲ ଭିଆଇପି ସୁବିଧା ଦେଉଥିଲେ ଜେଲର। ଲକ୍ଷ୍ମଣ ପରବର୍ତ୍ତୀ ସମୟରେ ଜେଲରୁ ମୁକୁଳିବା ପରେ ୨୬ ନଭେମ୍ୱର ୨୦୨୩ରେ ଭିଜିଲାନ୍ସ ଡିଜିଙ୍କୁ ଲିଖିତ ଅଭିଯୋଗ କରିଥିଲେ। 

ଶ୍ରୀନିବାସନ୍‌ ଜେଲରେ ଥାଇ କୋଲକାତାର ଏକ ଟ୍ରାଭେଲ୍ସ ଏଜେନ୍ସି ଜରିଆରେ ଜେଲ ଫାର୍ମାସିଷ୍ଟ ଶିବସାନ୍ତ ସାମନ୍ତରାୟ ଓ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁଙ୍କ ପାଇଁ ବୁଲିବାର ବ୍ୟବସ୍ଥା କରିଥିଲେ। ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ବୁଲିବାକୁ ଯାଇଥିଲେ ଫାର୍ମାସିଷ୍ଟ ବାବୁ। ସାଙ୍ଗରେ ଥିଲେ ପତ୍ନୀ ଓ ଝିଅ। କୋଲକାତାର ଟ୍ରାଭେଲ୍ସ ଏଣ୍ଡ ରେଣ୍ଟାଲ୍ସ ନାମକ ଟ୍ରାଭେଲ୍ସ ଏଜେନ୍ସି  ସମସ୍ତ ଟିକେଟ ବୁକିଂ କରିଥିଲା। ଭିଜିଲାନ୍ସ ଦ୍ବାରା ଗିରଫ ହେବା ପରେ ଧିରେ ଝାଡପଡା ଜେଲ ବାବୁଙ୍କ ଗୁମର ଖୋଲିବାରେ ଲାଗିଛି।