କନକ ବ୍ୟୁରୋ: ଖଲ୍ଲିକୋଟ ଥାନା ହରିପୁର ଗାଁରେ ଚାଞ୍ଚଲ୍ୟ, ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସକୁ ଖଣ୍ଡାରେ ହାଣି ବୀଭତ୍ସ ହତ୍ୟା । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି । ନିଜର ଦୁଇ ପୁତୁରାଙ୍କ ସମେତ ଅନ୍ୟ ଦୁଇଜଣ ଅତି ନିର୍ମମ ଭାବେ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି । ଘଟଣା ଘଟାଇବା ପରେ ବୋମା ଫୁଟାଇ ଫେରାର ହୋଇଛନ୍ତି ୪ଜଣ ହତ୍ୟାକାରୀ । ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ରବି ଦାସ ନାଁରେ ପୂର୍ବରୁ ହତ୍ୟା ମାମଲା ରହିଥିବା ବେଳେ ୩ମାସ ହେବ ଜେଲରୁ ବାହାରକୁ ଆସିଥିଲା ।