କଏଦୀଙ୍କ ଟଙ୍କାରେ ଅୟସ କରୁଥିଲେ ଜେଲର ବାବୁ ସତ୍ୟପ୍ରକାଶ ସ୍ୱାଇଁ । ଭିଜିଲାନ୍ସ ଚଢାଉ ବେଳେ ଜବତ ହେଲା ପୂଳା ପୂଳା ସମ୍ପତ୍ତି

Advertisment

ସତ୍ୟପ୍ରକାଶ ସ୍ବାଇଁ ୨୦୦୧ରେ ସମ୍ବଲପୁର କୁଚିଣ୍ଡାରେ ଥିବା ସବ୍‌ଜେଲରେ ଅତିରିକ୍ତ ଜେଲର ଭାବେ ଦାୟିତ୍ବ ଆରମ୍ଭ କରିଥିଲେ। ପରବର୍ତି ସମୟରେ ବ୍ରହ୍ମପୁର, ଢେଙ୍କାନାଳ, କଟକରେ ଅତିରିକ୍ତ ଜେଲର ଭାବେ ରହିଥିଲେ। ୨୦୦୮ରେ ପ୍ରୋମୋସନ ପାଇ ସେ ଜେଲର ହୋଇଥିଲେ। ଜେଲର ହେବା ପରେ ସେ ବଲାଙ୍ଗୀର ଓ ଢେଙ୍କାନାଳର ବିଭିନ୍ନ ଜେଲରେ କାମ କରିଛନ୍ତି।

ସତ୍ୟପ୍ରକାଶ ସ୍ବାଇଁ ୨୦୦୧ରେ ସମ୍ବଲପୁର କୁଚିଣ୍ଡାରେ ଥିବା ସବ୍‌ଜେଲରେ ଅତିରିକ୍ତ ଜେଲର ଭାବେ ଦାୟିତ୍ବ ଆରମ୍ଭ କରିଥିଲେ। ପରବର୍ତି ସମୟରେ ବ୍ରହ୍ମପୁର, ଢେଙ୍କାନାଳ, କଟକରେ ଅତିରିକ୍ତ ଜେଲର ଭାବେ ରହିଥିଲେ। ୨୦୦୮ରେ ପ୍ରୋମୋସନ ପାଇ ସେ ଜେଲର ହୋଇଥିଲେ। ଜେଲର ହେବା ପରେ ସେ ବଲାଙ୍ଗୀର ଓ ଢେଙ୍କାନାଳର ବିଭିନ୍ନ ଜେଲରେ କାମ କରିଛନ୍ତି।

28y

କନକ ବ୍ୟୁରୋ : ସତ୍ୟପ୍ରକାଶ ସ୍ବାଇଁ । କେନ୍ଦୁଝର ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟ ଏବେ ଭିଜିଲ୍ସାନ୍ସ ଜାଲରେ। ଏକକାଳୀନ ୭ଟି ଠିକଣାରେ ଚଢ଼ାଉ ପରେ ବାବୁଙ୍କ ସମ୍ପତି ଦେଖି ତାଜୁବ ହୋଇଯାଇଛି ଯାଞ୍ଚ ସଂସ୍ଥା। ଗୁରୁତ୍ୱପୁର୍ଣ କଥା ହେଉଛି ସତ୍ୟପ୍ରକାଶ ଭୁବନେଶ୍ୱର ଝାରପଡ଼ା ଜେଲ ଅଧୀକ୍ଷକ ଥିବା ସମୟରେ କଏଦୀଙ୍କଠାରୁ ମୋଟା ଅଙ୍କର ଚାନ୍ଦା ନେଉଥିବା ଅଭିଯୋଗ ହୋଇଥିଲା। ଚିଠି... ଏ ହେଉଛି ଝାରପଡ଼ା ଜେଲ୍‌ର ତତ୍‌କାଳୀନ ଫାର୍ମାସିଷ୍ଟ ଶିବସ୍ନାତ ସାମନ୍ତରାୟ ଓ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁଙ୍କ ବିରୋଧରେ ଜଣେ କଏଦୀ ଲକ୍ଷ୍ମଣ ଶ୍ରୀନିବାସନ୍‌ ଲେଖିଥିବା ଚିଠି। ଜେଲ ଫାର୍ମାସାଷ୍ଟ ତାଙ୍କଠାରୁ ମାସିକିଆ ଚାନ୍ଦା ଦାବି କରିଥିଲେ। ଟଙ୍କା ନଦେଲେ ଲକଅପ୍‌ରେ ବନ୍ଦ କରିଦେବାକୁ ଧମକ ଦେଇଥିଲେ । ସବୁ ନିର୍ୟାତନା ଓ ଦୁର୍ନୀତି ପଛରେ ଜେଲ ସୁପିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁ ହିଁ ମାଷ୍ଟରମାଇଣ୍ଡ ବୋଲି ସେ ଅଭିଯୋଗ କରିଥିଲେ। କଏଦୀଙ୍କ ଠାରୁ ମିଳୁଥିବା ଟଙ୍କାରେ ଅଏସ କରିବା ସହ ବିଭିନ୍ନ ସ୍ଥାନରେ ଜମି କିଣୁଥିଲେ ଓ ବିଦେଶ ଭ୍ରମଣ କରୁଥିଲେ ସତ୍ୟପ୍ରକାଶ 

ସତ୍ୟପ୍ରକାଶ ସ୍ବାଇଁ ୨୦୦୧ରେ ସମ୍ବଲପୁର କୁଚିଣ୍ଡାରେ ଥିବା ସବ୍‌ଜେଲରେ ଅତିରିକ୍ତ ଜେଲର ଭାବେ ଦାୟିତ୍ବ ଆରମ୍ଭ କରିଥିଲେ। ପରବର୍ତି ସମୟରେ ବ୍ରହ୍ମପୁର, ଢେଙ୍କାନାଳ, କଟକରେ ଅତିରିକ୍ତ ଜେଲର ଭାବେ ରହିଥିଲେ। ୨୦୦୮ରେ ପ୍ରୋମୋସନ ପାଇ ସେ ଜେଲର ହୋଇଥିଲେ। ଜେଲର ହେବା ପରେ ସେ ବଲାଙ୍ଗୀର ଓ ଢେଙ୍କାନାଳର ବିଭିନ୍ନ ଜେଲରେ କାମ କରିଛନ୍ତି। ଏହା ଭିତରେ ପୁଣି ପ୍ରମୋସନ ପାଇ ସୁପରିଣ୍ଟେଣ୍ଡେଣ୍ଟ ହୋଇଥିଲେ । ଝାରପଡ଼ା ଏବଂ କେନ୍ଦୁଝର ଜେଲରେ କାର୍ୟ୍ୟ ତୁଲାଇଥିଲେ। 

ଲକ୍ଷ୍ମୀସାଗର ଅଞ୍ଚଳରେ ଦେଢ କୋଟି ଟଙ୍କାର ୪ ମହଲା କୋଠା
ଭୁବନେଶ୍ୱର, ବଲାଙ୍ଗୀର, ଢେଙ୍କାନାଳରେ ଚାରିଟି ଦାମୀ ଜମି
ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କାର ଜମା
ବୀମା ଓ ପୋଷ୍ଟାଲ ଡିପୋଜିଟ ମାଧ୍ୟମରେ ସେଭିଙ୍ଗ୍ସ
ଗୋଟିଏ ୨ ଚକିଆ ଗାଡ଼ି ଓ ଗୋଟିଏ ୪ ଚକିଆ ଗାଡ଼ି

ନୁଆ ସରକାର ଆସିବା ପରେ ଆକ୍ଟିଭ ମୋଡକୁ ଆସିଛି ଭିଜିଲାନ୍ସ ବିଭାଗ। ଜଣକ ପରେ ଜଣେ ସରକାରୀ ବାବୁଙ୍କୁ ବାନ୍ଧି ଜେଲରେ ପୁରାଉଥିବା ବେଳେ ଦୁର୍ନୀତିଗ୍ରସ୍ତ ବାବୁଙ୍କ ଭିତରେ ଏବେ ଛନକା ପଶିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe