କଏଦୀଙ୍କୁ ଜଗୁଥିଲେ ଜେଲ ବାବୁ ସତ୍ୟପ୍ରକାଶ । ଭିଜିଲାନ୍ସ ଦ୍ୱାରା ଗିରଫ ପରେ ଏବେ ନିଜେ ସାଜିଲେ କଏଦୀ

Advertisment

ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା କେନ୍ଦୁଝର ଜେଲର ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ପୂର୍ବରୁ ଝାରପଡା ଜେଲରେ ମଧ୍ୟ ସମାନ ଦାୟିତ୍ବରେ ଥିଲେ। କିନ୍ତୁ ଏହି ସମୟରେ ଝାରପଡା ଜେଲକୁ କରିଥିଲେ ଦୁର୍ନୀତିର ଚରାଭୁଇଁ। ଥରେ ଫାଶରେ ପଡିଥିବା କଏଦୀ ଟଙ୍କା ନଦେଲେ ଜେଲ ଭିତରେ ଅକଥନୀୟ ନିର୍ୟାତନା ଦିଆଯାଉଥିବା ନେଇ ଅଭିଯୋଗ ଆଣିଥିଲେ ଲକ୍ଷ୍ମଣ ଶ୍ରୀନିବାସନ।   

27p

କନକ ବ୍ୟୁରୋ : କଳାଧନର କେଳେଙ୍କାରୀ ଚେହେରା ସତ୍ୟପ୍ରକାଶ ସ୍ବାଇଁ । ୨ ଦିନର ରେଡ ପରେ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଜେଲ ଭିତରେ କଏଦୀଙ୍କୁ ସୁବିଧା ଯୋଗାଇ ଦେବା ଆଳରେ ଅସତ୍ ଉପାୟରେ କୋଟି କୋଟି ଟଙ୍କାର ସମ୍ପତ୍ତି କମାଇଥିଲେ ସତ୍ୟପ୍ରକାଶ। କେବଳ ଟଙ୍କା କମାଇ ନଥିଲେ କଏଦୀଙ୍କ ଟଙ୍କାରେ ବିଦେଶ ବୁଲିବା ସହ ଅୟସ କରୁଥିଲେ। କିନ୍ତୁ ଭିଜିଲାନ୍ସ ସତ୍ୟପ୍ରକାଶଙ୍କ ପାପର ପେଡି ଖୋଲିବା ପରେ ଝାରପଡା ଜେଲ ଭିତରର ଗୁମର ପଦାରେ ପଡିଛି। 

ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା କେନ୍ଦୁଝର ଜେଲର ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ପୂର୍ବରୁ ଝାରପଡା ଜେଲରେ ମଧ୍ୟ ସମାନ ଦାୟିତ୍ବରେ ଥିଲେ। କିନ୍ତୁ ଏହି ସମୟରେ ଝାରପଡା ଜେଲକୁ କରିଥିଲେ ଦୁର୍ନୀତିର ଚରାଭୁଇଁ। ଥରେ ଫାଶରେ ପଡିଥିବା କଏଦୀ ଟଙ୍କା ନଦେଲେ ଜେଲ ଭିତରେ ଅକଥନୀୟ ନିର୍ୟାତନା ଦିଆଯାଉଥିବା ନେଇ ଅଭିଯୋଗ ଆଣିଥିଲେ ଲକ୍ଷ୍ମଣ ଶ୍ରୀନିବାସନ।   

-    ଚିଟଫଣ୍ଡ ମାମଲାରେ ଗିରଫ ଲକ୍ଷ୍ମଣ ଶ୍ରୀନିବାସନଙ୍କୁ ଜେଲରେ ସୁବିଧା ଯୋଗାଇଦେବା ବଦଳରେ ନେଇଥିଲେ ମୋଟା ଅଙ୍କର ଟଙ୍କା
-    ତତ୍କାଳୀନ ଜେଲ ଫାର୍ମାସିଷ୍ଟ ଶିବସାନ୍ତଙ୍କ ଜରିଆରେ ଚଲାଇଥିଲେ ପୂରା ରାକେଟ
-    କାହାଠାରୁ ମାସିକିଆ ବଟି ତ କାହା ଠାରୁ ବିଦେଶ ଭ୍ରମଣ ଖର୍ଚ୍ଚ ନେଉଥିଲେ
-    ଜେଲ ଭିତରେ କଏଦୀଙ୍କୁ  ଯୋଗାଉଥିଲେ ଭିଆଇପି ସୁବିଧା, ବଦଳରେ ନେଉଥିଲେ ଚାନ୍ଦା 

 ଏଠାରେ ପ୍ରଶ୍ନ ଉଠୁଛି, କେବଳ ସତ୍ୟପ୍ରକାଶ ଏହିଭଳି ନିଜ ପଦର ଅପବ୍ୟବହାର କରି କୁବେର ପାଲଟିଛନ୍ତି। ନା ପ୍ରତି ଜେଲରେ ଥିବା ବଡ ବଡିଆ ଅଧିକାରୀ ସମାନ ଢଙ୍ଗରେ ଦୁର୍ନୀତିରେ ଲିପ୍ତ ରହୁଛନ୍ତି। ଏନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବାର ଆବଶ୍ୟକତା ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe