ଶେଷ ହେଲା ଜେଲ୍ ନିର୍ବାଚନ :  ଗଠନ ହେଲା ଜେଲ ପଞ୍ଚାୟତ

Advertisment

ଜେଲ ମାନୁଆଲ୍ ଅନୁଯାୟୀ ରାଜ୍ୟର ୮୭ ସର୍କଲ ଜେଲରେ ନିର୍ବାଚନ ଶେଷ ହୋଇଛି । ନିର୍ବାଚିତ ହୋଇଛନ୍ତି ଜେଲ ପ୍ରତିନିଧି ।

ଜେଲ ମାନୁଆଲ୍ ଅନୁଯାୟୀ ରାଜ୍ୟର ୮୭ ସର୍କଲ ଜେଲରେ ନିର୍ବାଚନ ଶେଷ ହୋଇଛି । ନିର୍ବାଚିତ ହୋଇଛନ୍ତି ଜେଲ ପ୍ରତିନିଧି ।

Jail

Photograph: (KanakNews )

କନକ ବ୍ୟୁରୋ : ଜେଲ ମାନୁଆଲ୍ ଅନୁଯାୟୀ ରାଜ୍ୟର ୮୭ ସର୍କଲ ଜେଲରେ ନିର୍ବାଚନ ଶେଷ ହୋଇଛି । ନିର୍ବାଚିତ ହୋଇଛନ୍ତି ଜେଲ ପ୍ରତିନିଧି ।  ନାମାଙ୍କନ ପରେ  ପ୍ରଚାର ଏବଂ ' ହ୍ଵାଏ ଆଇ ଷ୍ଟାଣ୍ଡ ଫର ମିଟିଂ' ଓ ପରେ ଭୋଟିଂ ହୋଇ ଜେଲ ପଞ୍ଚାୟତ ଗଠନ ହୋଇଛି । ଭୋଟରେ ଜିତିଥିବା ଜେଲ ସର୍ଦ୍ଦାର  ଶପଥ ନେଇଛନ୍ତି । ଜେଲରେ ଗଠନମୂଳକ କାମ, ଉତ୍ତମ ଖାଦ୍ୟ ବଣ୍ଟନ, ଜେଲ ପରିବେଶକୁ ପରିଷ୍କାର ରଖିବା ଆଦି ଦିଗରେ ସେମାନେ କାର୍ଯ୍ୟ କରିବେ । ଭୁବନେଶ୍ୱର ଝାରପଡ଼ା ଜେଲରେ ମଧ୍ୟ ସମାନ ଢଙ୍ଗରେ ପଞ୍ଚାୟତ ଗଠନ ହୋଇଛି । 

ଝାରପଡ଼ା ଜେଲ ନିର୍ବାଚନରେ ୧ ହଜାର ୧୯ ଜଣ କଏଦୀ ଭାଗ ନେଇଥିଲେ । ଜେଲର୍ ଓ ସୁପରିନଟେଣ୍ଡେଣ୍ଟଙ୍କୁ ନିର୍ବାଚିତ ପ୍ରତିନିଧି  ଜେଲ୍ ସମସ୍ୟା ଜଣାଇବେ । ପ୍ରତ୍ୟେକ ବର୍ଷ ଜେଲରେ ନିର୍ବାଚନ ହେଉଛି । ଏହା ଦ୍ୱାରା ଜେଲ୍ ଅନ୍ତେବାସୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ବୃଦ୍ଧି ପାଇବ ବୋଲି ଝାରପଡ଼ା ଜେଲ ସୁପରିନଟେଣ୍ଡେଣ୍ଟ କହିଛନ୍ତି । ତେବେ ଜେଲ୍ ସଂସ୍କାର ଦିଗରେ ନିର୍ବାଚନକୁ ଏକ ବଡ଼ ପଦକ୍ଷେପ ଭାବେ ବିଚାର କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe