କନକ ବ୍ୟୁରୋ: ସୁପ୍ରିମକୋର୍ଟରୁ ସମ୍ବଲପୁର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଜାମିନ ଖାରଜ ପରେ ବିଜେପିକୁ ଘେରିଲା ବିଜେଡି । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଉକ୍ତି ଗ୍ରହଣୀୟ ନୁହେଁ, ଏହାକୁ କ୍ଷମତାର ଅହଙ୍କାର କୁହାଯାଏ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ସେ କହିଛନ୍ତି ଯେ, ସୁପ୍ରିମକୋର୍ଟ ନିୟମକୁ ପାଳନ କରୁନାହାନ୍ତି ଅର୍ଥ, ବିଜେପି ବିଧାୟକ ମାନେ ଆଇନଠୁ ଉର୍ଦ୍ଦ୍ୱରେ । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ପ୍ରତାପ ଦେବ କହିଛନ୍ତି ଯେ, ଗୃହ ବିଭାଗର ମନ୍ତ୍ରୀ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୁହନ୍ତୁ ଆଇନ ସମସ୍ତଙ୍କ ପାଇଁ ସମାନ ନା ତାଙ୍କ କର୍ମକର୍ତ୍ତା ପାଇଁ ଅଲଗା, ସେ ନେଇ ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ । ଏଥିସହିତ ଆଗାମୀ ଦିନରେ ଓଡ଼ିଶାରେ ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ ତେବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି କହିଛନ୍ତି ପ୍ରତାପ ଦେବ ।
ଜୟ ନାରାୟଣଙ୍କ ଜାମିନ୍ ଖାରଜ । ବିଜେପିକୁ ଘେରିଲା ବିଜେଡି । ପ୍ରତାପ ଦେବ କହିଲେ...
ସୁପ୍ରିମକୋର୍ଟରୁ ସମ୍ବଲପୁର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଜାମିନ ଖାରଜ ପରେ ବିଜେପିକୁ ଘେରିଲା ବିଜେଡି । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଉକ୍ତି ଗ୍ରହଣୀୟ ନୁହେଁ