କନକ ବ୍ୟୁରୋ : ନିଜ ଦଳ ଉପରେ ଅସନ୍ତୋଷ ଝାଡ଼ିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । କହିଲେ , ' ମୁଁ ନିର୍ବାଚନ ପୂର୍ବରୁ କହିଥିଲି ବିଜେପି ୯୦ ସିଟ୍‌ ଜିତିବ । ବିଜେପି ଠିକ୍‌ କ୍ୟାଣ୍ଡିଡେଟ୍‌ ଦେଲେ ନାହିଁ ନଚେତ ୧୦୦ ସିଟ୍‌ ମଧ୍ୟ ଜିତି ଥାଆନ୍ତା । ଲୁଚା ଛପା କିଛି ନାହିଁ, କ୍ୟାଣ୍ଡିଡେଟ୍‌ ଦେବାରେ ପାତର ଅନ୍ତର ହୋଇଛି । ତିନୋଟି ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି, ଯଦି ଆମର ଠିକ ପ୍ରାର୍ଥୀ ଦିଆଯାଇଥିଲା ତେବେ ତିନୋଟି ସ୍ୱାଧୀନ ପ୍ରାର୍ଥୀ କେମିତି ଜିତିଲେ?' 

Advertisment

ମନ୍ତ୍ରୀ ପଦ ଖାଲି ପଡ଼ିବା ପ୍ରସଙ୍ଗରେ ମଧ୍ୟ ସେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି , ' ମୁଁ ସାଧାରଣ ବିଧାୟକ ତେଣୁ ସେ ବିଷୟରେ କିଛି କହିପାରିବି ନାହିଁ । ବରିଷ୍ଠ ବୋଲି ଅନ୍ୟମାନେ ମାନୁ ନାହାନ୍ତି । ଆପଣମାନେ କହୁଛନ୍ତି ସରକାର ଆଣିବାରେ ମୋର ଭୂମିକା ଥିଲା କିନ୍ତୁ ଅନ୍ୟମାନେ ମାନୁ ନାହାନ୍ତି । କନିଷ୍ଠ ମାନେ ମନ୍ତ୍ରୀ ପଦ ପାଇଛନ୍ତି, ସେମାନଙ୍କର ଯୋଗ୍ୟତା ଅଛି ସେମାନେ ପାଇଛନ୍ତି । ବିଜେପି ଏକ ଯୋଗ୍ୟ ଲୋକଙ୍କ ପାର୍ଟି । ଯୋଗ୍ୟ ଲୋକଙ୍କ ଅଭାବ ନାହିଁ । କଣ ପାଇଁ ମନ୍ତ୍ରୀ ପଦ କାଲି ପଡ଼ିଛି ସେକଥା ମୁଖ୍ୟମନ୍ତ୍ରୀ କହିପାରିବେ, ମୁଁ କହି ପାରିବି ନାହିଁ । '