କନକ ବ୍ୟୁରୋ : ଜୟ ନାରାୟଣଙ୍କ ବିବାଦୀୟ ବୟାନକୁ ନେଇ ରାଜ୍ୟ ରାଜନୀତିରେ ତୁମ୍ବିତୋଫାନ୍‌  ଖେଳିଯାଇଛି ।  ଏହି ବୟାନକୁ ନେଇ  ବିଜେଡି ଏବେ ବିଜେପିକୁ ଘେରିଛି । ଓଡ଼ିଆ ଅସ୍ମିତା କଥା କହୁଥିବା  ବିଜେପି କଣ ପାଇଁ ଚୁପ୍  ?  ଜୟନାରାୟଣଙ୍କ ଏଭଳି ଏକ ବୟାନ ଉପରେ କଣ  ପାଇଁ କିଛି କର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି ପ୍ରଶ୍ନ ଉଠାଇଛି ବିଜେଡି । ଏହାରି ମଧ୍ୟରେ ମୁହଁ ଖୋଲିଛନ୍ତି ଜୟନାରାୟଣ ମିଶ୍ର । ଜୟନାରାୟଣ ମିଶ୍ର  ଦେଇଥିବା ବୟାନକୁ ନେଇ ପଶ୍ଚାତାପ୍‌ କରିବା ପରିବର୍ତ୍ତେ କହିଛନ୍ତି  ମୋ ବୟାନରେ ମୁଁ କୌଣସି ପରିବର୍ତ୍ତନ କରିବିନାହିଁ । ଜଣେ ମୁଖ୍ୟମନ୍ତ୍ରୀ, ୨୪ ବର୍ଷ ଓଡ଼ିଆ କହିଲେ ନାହିଁ, କିନ୍ତୁ ମୁଁ ମୋ ଅଞ୍ଚଳର ବିକାଶ କଥା କହିଲେ ଓଡ଼ିଆ ଅସ୍ମିତା ଯଦି କ୍ଷୂର୍ଣ୍ଣ ହେବ ତେବେ ଏହା ଉପରେ ମୋର କିଛି କହିବାର ନାହିଁ ।

Advertisment

ଗୋଟିଏ ଜାତୀୟ ପତାକା ଗୋଟେ ଜାତୀୟ ଗୀତ ଉତ୍କଳ କଳିଙ୍ଗ କୌଶଳ ମିଶି ଓଡିଶା ତିଆରି ହୋଇଥିଲା । ବନ୍ଦେ ଉତ୍କଳ ଜନନୀ ରେ କେବଳ ଓଡିଶାର ପ୍ରଶଂସା କରାଯାଇଛି । ବନ୍ଦେ ଓଡିଶା ଜନନୀ କରନ୍ତୁ ମୋର କି ଆପତ୍ତି ନାହିଁ । ତିନୋଟି ଅଂଚଳ ମିଶାଇ ଓଡିଶା ପ୍ରଦେଶ କରିବେ କିନ୍ତୁ ଗୋଟେ ଅଂଚଳର ଜୟଗାନକୁ ଆପଣ ଗ୍ରହଣ କରି ପାରୁଛନ୍ତି କି? ବିକାଶ ସବୁ ଦିଗରେ ପହଂଚିବା କଥା, ସବୁ ଅଂଚଳର ଭାଷା ସଂସ୍କୃତି କୁ ସମ୍ମାନ ଦେବାର ଅଛି । ବିଜେଡ଼ି ର ପଶ୍ଚିମ ଓଡିଶାରେ ସ୍ଥିତି ନାହିଁ ବୋଲି ପ୍ରତିବାଦ କରୁଛି । ବିଜେଡ଼ି ପଶ୍ଚିମ ନୁହେଁ ଉପକୁଳ ଓଡିଶାରେ କଣ ବିକାଶ କରିଛି ହିସାବ ଦିଅନ୍ତୁ । ମୁଁ ଚାହୁଁଛି, ତିରିଶ ଜିଲ୍ଲାକୁ ମିଶାଇ ଏମିତି ଗୋଟେ ସଂଗୀତ ଆସୁ । ରାଜା ସ୍ୱାଇଁ ସମ୍ବଲପୁର ଅଂଚଳର ବିରୋଧୀ, ସେ ଓଡିଶା ବିଭାଜନର ମୂଳ କର୍ତ୍ତା । ଯେଉଁ ମାନେ ରାଜ୍ୟ ବାହାରର ଲୋକଙ୍କ ଦ୍ୱାରା ପରିଚାଳିତ ସେମାନଙ୍କରଏସବୁ କଥା କହିବାର ତାଙ୍କର କଣ ଅଧିକାର ଅଛି ବୋଲି ଜୟନାରାୟଣ କହିଛନ୍ତି ।