ଭୁବନେଶ୍ବର ଡିସିପି ଜଗମୋହନ ମୀନା ।  ରାଜଧାନୀର ଶୃଙ୍ଖଳା ହେବ ବଡ ଚ୍ୟାଲେଂଜ

ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା।  କମିଶନରେଟ୍ ପୋଲିସ କାର୍ୟ୍ୟାଳୟରେ ବିଧିବଦ୍ଧ ଭାବେ ନେଲେ ଦାୟିତ୍ବ । ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌ ଜଗମୋହନ ମୀନା।

ଡିସିପି

ଡିସିପି Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଭୁବନେଶ୍ବରର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା। କଟକ ଛାଡ଼ି ଭୁବନେଶ୍ବର ଡିସିପି ଭାବେ ଆଜି ବିଧିବଦ୍ଧ ଭାବେ ନେଲେ ଦାୟିତ୍ବ । ରାଜଧାନୀର ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ଟ୍ରାଫିକ୍‌ ସମସ୍ୟା, ନିଶା କାରବାର, ଅପରାଧ ନିୟନ୍ତ୍ରଣ, ଭିଭିଆଇପି ସୁରକ୍ଷା ଆଦି ପ୍ରସଙ୍ଗ ନୂଆ ଡିସିପିଙ୍କ ପାଇଁ ବଡ଼ ଆହ୍ବାନ ହେବ । ରାଜଧାନୀରେ ଭିଭିଆଇପି ସୁରକ୍ଷା ଓ ବିଭିନ୍ନ ରାଜନୈତିକ ଦଳର ବିକ୍ଷୋଭ ଆଦିକୁ ସମ୍ଭାଳିବା ମଧ୍ୟ ନୂଆ ଡିସିପିଙ୍କ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିବ । 

୧୯୮୯ ମସିହାରେ ରାଜସ୍ଥାନରେ ଜନ୍ମିତ ଶ୍ରୀ ମିନା ୨୦୦୬ ମସିହାରେ ଦିଲ୍ଲୀ କେନ୍ଦ୍ରୀୟ ବିଦ୍ୟାଳୟରୁ ଦ୍ବାଦଶ ପାସ୍‌ କରିଥିଲେ । ଏହାପରେ ସେ ଇଂଜିନିୟରିଂ ପଢ଼ିଥିଲେ ଏବଂ ଆଇଆଇଟି କାନପୁରରେ ଯୋଗଦେଇଥିଲେ । ୨୦୧୧ରେ ସେ ଏମ୍‌ଟେକ୍‌ ଡିଗ୍ରି ହାସଲ କରିଥିଲେ। ସେହି ବର୍ଷ ସେ ଆଇପିଏସ୍‌ ପରୀକ୍ଷାରେ ସଫଳ ହୋଇପାରିନଥିଲେ । କିନ୍ତୁ ୨୦୧୨ରେ ସେ ଆଇପିଏସ୍‌ ପରୀକ୍ଷାରେ କୃତକାର୍ୟ୍ୟ ହେଲେ । ୨୦୧୩ରେ ସେ କଳାହାଣ୍ଡି ଜିଲ୍ଲାରେ ଏସ୍‌ଡିପିଓ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ୨୦୧୭ ମସିହାରେ ଏସ୍‌ପି ଭାବେ ପ୍ରଥମେ ମାଲ୍‌କାନଗିରିରେ ଯୋଗଦେଇଥିଲେ  । ସେଠାରେ ଦୁଇବର୍ଷ କାର୍ୟ୍ୟ ତୁଲାଇବା ପରେ ୨୦୧୯ ମସିହାରେ ଅନୁଗୁଳ ଜିଲ୍ଲା ଏସ୍‌ପି ଭାବେ ଯୋଗଦେଇଥିଲେ। ୨୦୨୩ରେ ସେ ଗଞ୍ଜାମ ଏସ୍‌ପି ଭାବେ ଦାୟିତ୍ବ ନେଇଥିଲେ। ସେଠାରେ ବର୍ଷେ ୯ମାସ କାର୍ୟ୍ୟ କରିବା ପରେ ଗତ ସେପ୍ଟେମ୍ବରରେ କଟକ ଡିସିପି ଭାବେ ଯୋଗଦେଇଥିଲେ । 
 
ନିକଟରେ ଆଇପିଏସ୍ ସ୍ତରରେ ବଡଧରରଣର ଅଦଳବଦଳ ହୋଇଛି । ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ନିଯୁକ୍ତ କରାଯାଇଥିବାବେଳେ କଟକ ଡିସିପି ଭାବେ ଖିଲାରି ରିଷିକେଶଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ବଲାଙ୍ଗୀର ଏସପି ଥିବା କେଆର ଧ୍ୟାନଦେବଙ୍କୁ କଟକ ଡିସିପି ଭାବେ ନିଯୁକ୍ତି ମିଳିଛି । ଭୁବନେଶ୍ବର ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସଟିଏଫ୍ ଡିଆଇଜି ଦାୟିତ୍ବ ମିଳିଛି । 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe