କନକ ବ୍ୟୁରୋ:ଓକିଲାତି ପାଇଁ ଆଇଏଏସ୍ ଚାକିରି ଛାଡ଼ିଲେ । ପରେ ରାଜନୀତି କଲେ । ରାଜନୀତିରେ ଗୋଟେ ପରେ ଗୋଟେ ମାଇଲ ଖୁଣ୍ଠ ପକାଇଚାଲିଲେ । ଆଜି ତାଙ୍କ ଇସ୍ତଫାକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡ଼ୁଛି ।
ଜଗଦୀପ ଧନଖଡ଼ଙ୍କ ଜୀବନ ଯାତ୍ରା ବେଶ୍ ରୋଚକ ଯାହା ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ । ସଂଘର୍ଷର ବାଟ ଚାଲି ଆଜି ଏ ସ୍ଥାନରେ ପହଞ୍ଚିଛନ୍ତି ଧନଖଡ଼ । ପିଲାଦିନେ ୫ କିଲୋମିଟର ଚାଲି ଚାଲି ସ୍କୁଲ ଯାଉଥିଲେ । ଆଇଏଏସ୍ ପାଇ ବି ଚାକିରି ଛାଡ଼ିଲେ । ଓକିଲାତିକୁ ଆପଣାଇଲେ । ମାତ୍ର ୩୫ ବର୍ଷରେ ରାଜସ୍ଥାନ ହାଇକୋର୍ଟ ବାର୍ ଆସୋସିଏସନର ସବୁଠାରୁ ଯୁବା ଅଧ୍ୟକ୍ଷ ବନିଲେ । ଆଉ ଓକିଲାତିରୁ ରାଜନୀତିକୁ ଆସି ନିଜର ଦକ୍ଷତା ଦେଖାଇଲେ ।
/filters:format(webp)/kanak/media/media_files/2025/07/24/1-2025-07-24-16-23-38.jpg)
ଆଜିକା ଦିନରେ ପୂର୍ବତନ ଉପରାଷ୍ଟ୍ର ବୋଲାଉଥିବା ଜଗଦୀପ ଧନଖଡ଼ଙ୍କ ଜୀବନ କ୍ରମ ଭାରି ରୋଚକ । ସିଭିଲ ସର୍ଭିସ ପାସ୍ କଲେ । IAS କ୍ଲିଅର କରିବା ପରେ ବି ପୋଷ୍ଟିଙ୍ଗ ନେଲେନି । ଓକିଲାତିକୁ ପେଶା ଭାବେ ବାଛିନେଲେ । ୧୯୭୬ରେ ରାଜସ୍ଥାନ ବାର୍ କାଉନସିଲରେ ନାମାଙ୍କନ ପରେ ରାଜସ୍ଥାନ ହାଇକୋର୍ଟ ଓ ସୁପ୍ରମିକୋର୍ଟରେ ଓକିଲାତି ଆରମ୍ଭ କଲେ । ୧୯୯୦ରେ ମାତ୍ର ୩୫ ବର୍ଷ ବୟସରେ ରାଜସ୍ଥାନ ହାଇକୋର୍ଟର ବାର୍ ଆସୋସିଏସନର ସବୁଠାରୁ କମ୍ ବୟସ୍କ ଯୁବ ଅଧ୍ୟକ୍ଷ ହେଲେ । ସେହି ବର୍ଷ ତାଙ୍କୁ ସିନିୟର ଆଡଭୋକେଟ୍ ପାହ୍ୟା ମିଳିଲା । ରାଜସ୍ଥାନର ଜାଠ୍ ସମ୍ପ୍ରଦାୟଙ୍କୁ ଓବିସି ମାନ୍ୟତା ଦେବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା ।
/filters:format(webp)/kanak/media/media_files/2025/07/24/2-2025-07-24-16-23-55.jpg)
ଝୁନଝୁନ୍ ଗାଁରୁ ଉପରାଷ୍ଟ୍ରପତି ଯାତ୍ରା:
ଜଗଦୀପ ଧନଖଡ଼ , ଭାରତର ୧୪ ତମ ଉପରାଷ୍ଟ୍ରପତି ଭାବେ ଆସୀନ ହୋଇଥିଲେ । ଏହାସହ ରାଜ୍ୟସଭା ସଭାପତି, ପ୍ରଖ୍ୟାତ ରାଜନୀତିଜ୍ଞ, ଓକିଲ ଭାବେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି । ଏକ ସଂଘର୍ଷମୟ ଜୀବନ, ଶିକ୍ଷା ଓ ସମର୍ପଣର ସେ ଜ୍ବଳନ୍ତ ଉଦାହରଣ । ୧୯୫୧ ମେ ୧୮ ତାରିଖରେ ରାଜସ୍ଥାନର ଝୁନ୍ ଝୁନ୍ ଗାଁରେ ଜାଠ୍ ସମ୍ପ୍ରଦାୟର ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାପା ଗୋକଲ ଚନ୍ଦ, ଓ ମାଆ କେଶରୀ ଦେବ ତାଙ୍କୁ ପିଲାବେଳୁ ସରଳ ଓ ସଂଘର୍ଷମୟ ଜୀବନର ପାଠ ପଢ଼ାଇଥିଲେ । ଭାଇଭଉଣୀଙ୍କ ମଧ୍ୟରୁ ଦ୍ବିତୀୟ ସନ୍ତାନ ଭାବେ ଜଗଦୀପ ଧନଖଡ଼ ପିଲାଦିନ ଅନେକ ପ୍ରତିକୂଳ ସ୍ଥିତି ଦେଇ ଗତି କରିଥିଲା କିନ୍ତୁ ତାଙ୍କର ଇଚ୍ଛାଶକ୍ତି ତାଙ୍କ ପ୍ରଗତିର ବାଟ ରୋକିପାରିନଥିଲା ।
/filters:format(webp)/kanak/media/media_files/2025/07/24/3-2025-07-24-16-24-23.jpg)
ଗାଁ ସ୍କୁଲରେ ପାଠପଢ଼ା ପରେ ସୈନିକ ସ୍କୁଲରେ ପଢ଼ା ସେହି ସମୟରେ ତାଙ୍କର ଚୟନ ଆଇଆଇଟି ଓ ଏନଡିଏ ପାଇଁ ହୋଇଥିଲେ ବି ସେ ଯାଇନଥିଲେ । ବରଂ ବିଏସସି ଡିଗ୍ରୀ ହାସଲ କଲେ ।ପରେ ରାଜସ୍ଥାନ ୟୁନିଭର୍ସିଟିରେ ଏଲଏଲବି ଡିଗ୍ରି ହାସଲ କଲେ । ସେ ସିଭିଲ ସର୍ଭିସ୍ କ୍ଲିଅର କରିଥିଲେ ବି ଆଇଏଏସ୍ ଚାକିରିକୁ ବି ଛାଡ଼ିଦେଲେ ।
/filters:format(webp)/kanak/media/media_files/2025/07/24/5-2025-07-24-16-24-42.jpg)
ରାଜନୀତି ଯାତ୍ରା :
୧୯୮୯ରେ ଆରମ୍ଭ ହେଲା ଧନଖଡ଼ଙ୍କ ରାଜନୀତି ଯାତ୍ରା । ଝୁନଝୁନ୍ ନିର୍ବାଚନ କ୍ଷେତ୍ରରୁ ନିର୍ବାଚନ ଜିତି ପ୍ରଥମ ଥର ପାଇଁ ସଂସଦ ହେଲେ । ୧୯୯୦-୯୧ରେ ଚନ୍ଦ୍ରଶେଖର ସରକାରରେ ସଂସଦୀୟ କାର୍ଯ୍ୟ ରାଷ୍ଟ୍ରମନ୍ତ୍ରୀ ହେଲେ ।୧୯୯୧ରେ ଜନତା ଦଳରୁ ଟିକେଟ୍ କଟିବା ପରେ କଂଗ୍ରେସରେ ଯୋଗ ଦେଲେ । ୧୯୯୩ରେ ଅଜମେର କିଶନଗଡ଼ରୁ ନିର୍ବାଚନ ଜିତି ବିଧାୟକ ହେଲେ । ୨୦୦୩ରେ ବିଜେପିରେ ଯୋଗ ଦେଲେ । ୨୦୧୯-୨୨ ଯାଏଁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମତଭେଦକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଧନଖଡ଼ । ୨୦୨୨ରେ ଏନଡିଏ ତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କଲା ଏବଂ ସେ ପ୍ରତିଦ୍ବନ୍ଦ୍ବୀ ମାର୍ଗାରେଟ୍ ଅଲୱାଙ୍କୁ ହରାଇ ୭୪.୩୭ ପ୍ରତିଶତ ଭୋଟ ପାଇ ଦେଶର ୧୪ ତମ ଉପରାଷ୍ଟ୍ରପତି ହେଲେ ।
ଏବେ ତାଙ୍କ ଅପ୍ରତ୍ୟାଶିତ ଇସ୍ତଫାକୁ ନେଇ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଯେଉଁ କଂଗ୍ରେସ ତାଙ୍କୁ ପୂର୍ବରୁ ବିରୋଧ କରିଆସୁଥିଲା ଏବେ ଇସ୍ତଫା ପରେ ତାଙ୍କ ଆଡ଼କୁ ଢଳି ତାଙ୍କ ସମର୍ଥନ କହୁଛି ।ଏସବୁକୁ ନେଇ ଏବେବି ଗୋଟିଏ ପ୍ରଶ୍ନ ଅସମାହିତ ହୋଇ ରହିଛି , ଏପରି ହଠାତ୍ କାହିଁକି ଇସ୍ତଫା ଦେଲେ ଧନଖଡ଼ …
Follow Us