କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନ ପୂର୍ବ ଦିନ ହିଁ ହଠାତ୍ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼ । ଆଜି ତାଙ୍କର ଇସ୍ତଫା ପତ୍ରକୁ ମଜୁରି ଦେଇଛନ୍ତି ରାଷ୍ଟ୍ରପତି  । ନିଜର ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେବା ସହ ବିଶ୍ରାମ ନେବାକୁ ଡାକ୍ତରଙ୍କ ପରାମର୍ଶ ଦର୍ଶାଇ ଧନଖଡ଼ ଏହି ଇସ୍ତଫା ଦେଇଥିବା ଜଣାପଡ଼ିଛି । 

Advertisment

 କିଛି ଦିନ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ନିଜର କାର୍ଯ୍ୟକାଳ କଥା କହିଥିଲେ । କହିଥିଲେ, ଈଶ୍ବରଙ୍କ ଆଶୀର୍ବାଦ ରହିଲେ ସେ ୨୦୨୭ରେ ନିଜର ପୂର୍ଣ୍ଣ କାର୍ଯ୍ୟକାଳ ଶେଷ କରିବେ । ପୁଣି ଏପରି କ’ଣ ଘଟିଲା ଯେ ହଠାତ୍ ଇସ୍ତଫା ଦେଲେ ବୋଲି ଚାରିଆଡ଼େ ପ୍ରଶ୍ନ ।
ସୂଚନା ମୁତାବକ, ୨୦୨୨ରେ ଧନଖଡ଼ଙ୍କୁ ଉପରାଷ୍ଟ୍ରପତି ନିର୍ବାଚନକୁ  ଓହ୍ଲାଇଥିଲେ । ୨୦୨୨ ଅଗଷ୍ଟ ୬ ତାରିଖରେ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଥିଲେ ମାର୍ଗାରେଟ୍ ଅଲୱା ।  ଏଥିରେ ଧନଖଡ଼ ୭୨୫ରୁ ୫୨୮ଟି ଭୋଟ୍ ପାଇଥିବାବେଳେ ଅଲୱାଙ୍କୁ ମିଳିଥିଲା ୧୮୨ ଭୋଟ୍ । ଏହାସହ ସେ ହେଲେ ଦେଶର ୧୪ ତମ ଉପରାଷ୍ଟ୍ରପତି ।

ଧନଖଡ଼ ହେଉଛନ୍ତି ତୃତୀୟ ରାଷ୍ଟ୍ରପତି ଯିଏ ନିଜର ନିର୍ଦ୍ଧାରିତ କାର୍ଯ୍ୟକାଳ ପୂର୍ବରୁ ଇସ୍ତଫା ଦେଇଛନ୍ତି । କୃଷ୍ଣକାନ୍ତ ପ୍ରଥମେ ଓ ପରେ ଭି ଭି ଗିରି ନିଜର କାର୍ଯ୍ୟକାଳ ପୂରଣ ପୂର୍ବରୁ ଇସ୍ତଫା ଦେଇଥିଲେ । ଅବଶ୍ୟ ଏ ଦୁଇ ଉପରାଷ୍ଟ୍ରପତି ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ପଦ ଛାଡ଼ିଥିଲେ । କିନ୍ତୁ ଧନଖଡ଼ଙ୍କ ଇସ୍ତଫା ସବୁଠୁ ଅଲଗା , ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।