ଜଳଯନ୍ତ୍ରଣା ଭୋଗୁଛି ଜଗତସିଂହପୁର। ଜିଲ୍ଲାରେ କାର୍ୟ୍ୟକ୍ଷମ ହୋଇପାରିନି ୨୬ଟି ମେଗା ଜଳ ଯୋଗାଣ ପ୍ରକଳ୍ପ

 ଖରା ଦିନ ପାଣି ସମସ୍ୟା ଜିଲ୍ଲବାସୀଙ୍କୁ ଚିନ୍ତାରେ ପକାଇଛି। ତୁରନ୍ତ ସମସ୍ତ ପ୍ରକଳ୍ପକୁ ପୁନଃକାର୍ୟ୍ୟକ୍ଷେମ କରି ଜଳ ସମସ୍ୟାର ସମାଧାନ କରିବା ସହ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ଦାବି ହୋଇଛି। ଜଳକଷ୍ଟରୁ ଲୋକଙ୍କୁ ମୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ।

afdsfadsfa

afgasdgaas

କନକ ବ୍ୟୁରୋ : ବିଶୁଦ୍ଧ ପିଇବା ପାଣି ଯୋଗାଇବା ପାଇଁ ବସୁଧା ଯୋଜନାରେ ଜଗତସିଂହପୁର ଜିଲ୍ଲାରେ ୬୭ଟି ଓଭରହେଡ୍ ଟାଙ୍କି ନିର୍ମାଣ ହୋଇଛି। ସେଥି ମଧ୍ୟରୁ ୨୧ଟି ପ୍ରକଳ୍ପ ଆଜି ଯାଏଁ କାର୍ୟ୍ୟକ୍ଷମ ହୋଇପାରିନାହିଁ। ବାଲିକୁଦା ଓ କୁଜଙ୍ଗ ବ୍ଲକରେ ୨ଟି ପ୍ରକଳ୍ପରେ ଜଳ ଯୋଗାଣ ହେଉଥିଲେ ମଧ୍ୟ ଗାଁର ତଳମୁଣ୍ଡକୁ ପାଣି ପହଞ୍ଚିପାରୁନାହିଁ। ରାଢ଼ଙ୍ଗ ଗାଁର ଓଭରହେଡ ଟାଙ୍କିଟି ସଚଳ ହେବାର ଦିନ କେଇଟା ପରେ ଅଚଳ ହୋଇଯାଇଛି। ଷ୍ଟାଣ୍ଡପୋଷ୍ଟ ବି ଭାଙ୍ଗିରୁଜି ଗଲାଣି। ତେଣୁ ଜଳଯନ୍ତ୍ରଣା କମିବା ବଦଳରେ ବଢ଼ି ଯାଇଥିବା ଅଭିଯୋଗ ହୋଇଛି।

 ଖରା ଦିନ ପାଣି ସମସ୍ୟା ଜିଲ୍ଲବାସୀଙ୍କୁ ଚିନ୍ତାରେ ପକାଇଛି। ତୁରନ୍ତ ସମସ୍ତ ପ୍ରକଳ୍ପକୁ ପୁନଃକାର୍ୟ୍ୟକ୍ଷେମ କରି ଜଳ ସମସ୍ୟାର ସମାଧାନ କରିବା ସହ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ଦାବି ହୋଇଛି। ଜଳକଷ୍ଟରୁ ଲୋକଙ୍କୁ ମୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ।

ପାନୀୟ ଜଳ ସଙ୍କଟ ପରି ସମ୍ବେଦନଶୀଳ ଘଟଣାର ସମାଧାନ ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରିବା ଜରୁରୀ ହୋଇପଡ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe