କନକବ୍ୟୁରୋ : ଭଉଣୀର ମୃତ୍ୟୁ ସହିନପାରି ମହାନଦୀକୁ ଡେଇଁଲେ ଯୁବକ । ମଙ୍ଗରାଜପୁରର ଯୁବକ ବିଭୂ ମାଝୀ । କିଛି ଦିନ ତଳେ ଦୁର୍ଘଟଣାରେ ତାଙ୍କର ଭଉଣୀର ମୃତ୍ୟୁ ହୋଇଯାଇଥିଲା ।
ପଙ୍କପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ବିଭୁଙ୍କ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭଉଣୀ ମୃତ୍ୟୁ ଦୁଃଖ ସହିନପାରି ମାନସିକ ଚାପରେ ଥିଲେ । ଏପରିକି ଚିକିତ୍ସିତ ହେଉଥିଲେ ବିଭୂ ।
ହେଲେ ଆଜି ଶନିବାର ହଠାତ୍ ବିଭୁ ଘରୁ ବାହାରି ଆସି ମହାନଦୀକୁ ଡେଇଁପଡିଥିଲେ । ଜଗତସିଂହପୁର କୁଜଙ୍ଗ ଭୁତମୁଣ୍ଡାଇ ପୋଲ ଉପରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ପରିବାର ଲୋକଙ୍କ ସମେତ ଅଗ୍ନିଶମ ବାହିନୀ ପହଂଚି ଖୋଜା ଖୋଜି ଆରମ୍ଭ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/16/4pd5Lcy2OH96h9t1tOXf.jpg)