କନକବ୍ୟୁରୋ : ଉନ୍ମୋଚିତ ହେଲା ବ୍ଲକବଷ୍ଟରରୁ ବାଲେଟ ବକ୍ସ । ଅଭିନେତା ଅନୁଭବ ମହାନ୍ତିଙ୍କ ଜୀବନୀକୁ ନେଇ ଦିଲ୍ଲୀ ସାମ୍ୱାଦିକା ଜାଗୃତି ଶୁକ୍ଳା ଲେଖିଥିବା ଏହି ବହି ଭୁବନେଶ୍ବରରେ ଉନ୍ମୋଚିତ ହୋଇଛି । ବହିରେ ଅନୁଭବଙ୍କ ଅନେକ ଅକୁହା କଥା ଲେଖାଯାଇଛି । ପୁସ୍ତକ ଉନ୍ମୋଚନ ଉତ୍ସବରେ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା ଉପସ୍ଥିତ ଥିଲେ ।
ବର୍ଷାଙ୍କ ସହ ତାଙ୍କର ବୈବାହିକ ସମ୍ପର୍କ ଓ ଏଥିରେ ବିଚ୍ଛେଦ କଥା ଲେଖାଯାଇଛି । ୨୦୧୯ ନିର୍ବାଚନ ଜିତିବା ପରେ ତାଙ୍କ ଉପରେ ସମସ୍ତ ଆରୋପ ଲାଗିଥିଲା କିନ୍ତୁ ଏସବୁ ଆରୋପ ମିଛ ପ୍ରମାଣିତ ହୋଇଛି ବୋଲି କହିଛନ୍ତି ଅନୁଭବ । ବିବାହିତ ପୁରୁଷ ଆତ୍ମହତ୍ୟା ବଢୁଥିବା ବେଳେ ପୁରୁଷଙ୍କ ପ୍ରତି ଅତ୍ୟାଚାର କଥା ସାମ୍ନାକୁ ଆସିବା ଦରକାର ବୋଲି ଅନୁଭବ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/16/ZOiwuGJsSv3BKoR4Fchf.jpg)