କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ଅବଢ଼ାର ମାନ ପରୀକ୍ଷା ନେଇ ଘୋଷଣା ପରେ ଏହାକୁ ନାପସନ୍ଦ କରିଛନ୍ତି ଭକ୍ତ ଓ ବୁଦ୍ଧିଜୀବୀ । ମହାପ୍ରସାଦର ମାନ ଯାଞ୍ଚ କରିବାର ଅର୍ଥ ମହାପ୍ରଭୁଙ୍କ ଅପମାନ ବୋଲି ମତ ପ୍ରକାଶ ପାଇଛି । ତେବେ ମହାପ୍ରସାଦର ମାନ ଯାଞ୍ଚ ପାଇଁ ଶ୍ରୀମନ୍ଦିରରେ ଜଣେ ଅମିନ ରହିଛନ୍ତି । ମହାପ୍ରସାଦ ରୋଷେଇ ହେବା ପରେ ପ୍ରତି ଥର ରୋଷଶାଳାକୁ ସୋଧ କରାଯାଇଥାଏ । ତେଣୁ ଅବଢ଼ାର ମାନ ପରୀକ୍ଷା ନକରିବାକୁ ମତ ପ୍ରକାଶ ପାଇଛି। ସେପଟେ ଶ୍ରୀମନ୍ଦିର ୪ ଦ୍ବାର ଦେଇ ମହାପ୍ରସାଦ ଯାଉଥିବାରୁ ପ୍ରତି ଦ୍ବାରରେ ମହାପ୍ରସାଦ ପାଇଁ ଯାଉଥିବା ସାମଗ୍ରୀର ମାନ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ହରିଶଙ୍କର ମିଶ୍ର । ତିରୁପତିରେ ପ୍ରସାଦରେ ଅପମିଶ୍ରଣ ଘଟଣା ଜଣାପଡ଼ିବା ପରେ ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରସାଦର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଛି । ଏଥିପାଇଁ ଫୁଡ୍ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯିବ । ଦେଶର ଅନ୍ୟ ମନ୍ଦିର ଭଳି ପୁରୀ ମନ୍ଦିରରେ ଯେଭଳି ମହାପ୍ରସାଦମାନ ନେଇ ଅଭିଯୋଗ ନ ଆସୁ ସେଥିପାଇଁ ମାନ ପରୀକ୍ଷଣ ଜରୁରୀ ବୋଲି କହିଛନ୍ତି ଆଇନମନ୍ତ୍ରୀ ।
ଶ୍ରୀମନ୍ଦିର ମହାପ୍ରସାଦର ହେବ ମାନ ପରୀକ୍ଷଣ: ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ବୟାନ
ପୁରୀ ଶ୍ରୀମନ୍ଦିରରେ ଅବଢ଼ାର ମାନ ପରୀକ୍ଷା ନେଇ ଘୋଷଣା ପରେ ଏହାକୁ ନାପସନ୍ଦ କରିଛନ୍ତି ଭକ୍ତ ଓ ବୁଦ୍ଧିଜୀବୀ । ମହାପ୍ରସାଦର ମାନ ଯାଞ୍ଚ କରିବାର ଅର୍ଥ ମହାପ୍ରଭୁଙ୍କ ଅପମାନ ବୋଲି ମତ ପ୍ରକାଶ ପାଇଛି ।