କନକ ବ୍ୟୁରୋ: ବିଏମସି କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାଡକୁ ନେଇ ଅକଳରେ ପଡିଛନ୍ତି ସରକାର । ଦୁଇ ଦିନ ହେବ ଓଏଏସ ଅଧିକାରୀଙ୍କ ସମୂହ ଛୁଟି ପାଇଁ ପ୍ରଶାସନିକ କାର୍ଯ୍ୟ ଠପ୍ ହୋଇଛି । ମାଡମରା ଘଟଣାର କାର୍ପଟଦାରଙ୍କୁ ଗିରଫ ଦାବିରେ ଅଡି ବସିଛନ୍ତି ଓଏଏସ ସଂଘ। କାର୍ଯ୍ୟାନୁଷ୍ଠାନ ଦାବିରେ ସରକାରଙ୍କ ଉପରେ ଚାପ ପକାଉଛନ୍ତି । ୫ଜଣଙ୍କ ଗିରଫ ସତ୍ତ୍ୱେ ମୁଖ୍ୟ କାର୍ପଟଦାର କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବାକୁ ଦାବି କରିଛି ଓଏଏସ ସଂଘ ।
ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ଦାବି କରିଛି । ଚାପ ବଢ଼ୁଥିବାବେଳେ ଅଭିଯୁକ୍ତଙ୍କୁ ଛଡାଯିବନି କହି ସ୍ଥିତି ସ୍ବାଭାବିକ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ସରକାର । ଓଏଏସଙ୍କ ପାଇଁ ଓଆରଏସ ସଂଘ ବାହାରିବା ପରେ ସେମାନଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ବ ମନ୍ତ୍ରୀ । ସରକାରଙ୍କ ଅନୁରୋଧ କ୍ରମେ ଜରୁରୀ ସେବା ବନ୍ୟା ଓ ରଥଯାତ୍ରାରେ ସାମିଲ ହେବାକୁ ରାଜି ହୋଇଛି ସଂଘ । ତେବେ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏଁ ଓଏଏସ ସଂଘକୁ ନୈତିକ ସମର୍ଥନ ଦେବ ବୋଲି ଓଆରଏସ ସଂଘ କହିଛି । ଜଗା ପ୍ରଧାନଙ୍କୁ ଗିରଫ କରିବାକୁ ଓଏଏସ ସଂଘ ଜିଦରେ ଅଟଳ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/07/03/bjp-2025-07-03-07-40-00.jpg)