କନକ ବ୍ୟୁରୋ: ଦୀଘା ମନ୍ଦିରରୁ ହଟିଲା ଜଗନ୍ନାଥ ଧାମ ଲେଖା । ପୁରୀରେ ପ୍ରବଳ ବିରୋଧ ପରେ ନଇଁଲେ ମମତା । ସୋସିଆଲମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ଅମିତ ମାଲବ୍ୟ । ବିଜେପି ମିଡିଆ ସେଲ ଅଧ୍ୟକ୍ଷ ଅଛନ୍ତି ଅମିତ ମାଲବ୍ୟ । ସେ ଏକ୍ସରେ ଲେଖିଛନ୍ତି, ହିନ୍ଦୁ ଏକାଠି ହେଲେ ସବୁ ସମ୍ଭବ । ଫେଲ ମାରିଲା ମମତାଙ୍କ ବିଭାଜନ ରଣନୀତି ।
ପଶ୍ଚିମବଙ୍ଗର ଦୀଘାରେ ପୁରୀ ଜଗନ୍ନାଥ ମନ୍ଦିର ଭଳି ଜଗନ୍ନାଥ ମନ୍ଦିରକୁ ନେଇ ଓଡିଶାରେ ବିବାଦ ଦେଖାଦେଇଥିଲା । ମମତାଙ୍କ ଏହି ନିଷ୍ପତ୍ତି ନେଇ ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଚାରିଧାମ ଭିତରେ ଯାଉଛି ପୁରୀର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର । ଏଠାରେ ଦାରୁବ୍ରହ୍ମ ପୂଜା ପାଉଛନ୍ତି । ତେଣୁ ଦୀଘାରେ ଏଭଳି ମନ୍ଦିର କରି, ମମତା ବାନାର୍ଜୀ କି ସନ୍ଦେଶ ଦେବାକୁ ଚାହୁଁଛନ୍ତି ବୋଲି ଜଗନ୍ନାଥ ପ୍ରେମୀ ପ୍ରଶ୍ନ କରିଥିଲେ । ବିବାଦ ତେଜିବା ପରେ ଏବେ ପଛକୁ ହଟିଛନ୍ତି ମମତା । ଆଉ ଦୀଘାରୁ ଜଗନ୍ନାଥ ଧାମ ଲେଖାକୁ ହଟାଇଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/05/EmC3TrMt5y3LpyDhvqur.jpg)