କନକ ବ୍ୟୁରୋ : ପୁଣି ବିବାଦରେ ଶ୍ରୀଜଗନ୍ନାଥ ଟେମ୍ପୁଲ ପୋଲିସ ସ୍କ୍ୱାର୍ଡ । ଲାଞ୍ଚ ନଦେଲେ ଦର୍ଶନାର୍ଥୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ । ଦୁର୍ବ୍ୟବହାର ନେଇ ପ୍ରାୟ ୫୦ ଅଧିକ ଭକ୍ତ ଅଭିଯୋଗ କରିଛନ୍ତି । ଚିନ୍ମୟ ସେନାପତି ନାମକ ଜଣେ ଜେଟିପି ଶ୍ରୀମନ୍ଦିର ଭିତରେ ଦର୍ଶନ ସମୟରେ ଏଭଳି ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଅଷଭ୍ୟ ଭାଷାରେ ଗାଳି କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏଥିରେ ଶ୍ରଦ୍ଧାଳୁମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦେବା ସହ ଜେଟିପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି ।
ଗତ ୩ ମାସ ତଳେ ଜଗନ୍ନାଥ ମନ୍ଦିର ପୋଲିସ ନାମରେ ଆଉଟ୍ ସୋର୍ସେିଂ ମାଧ୍ୟମରେ ପ୍ରାୟ ୭୫ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏମାନେ ଶ୍ରୀଜଗନ୍ନାଥ ମନ୍ଦିର ପୋଲିସଙ୍କ ଭଳି ସ୍ଥାୟୀ ନୁହନ୍ତି କିନ୍ତୁ ଜଗନ୍ନାଥ ମନ୍ଦିର ପୋଲିସ ସ୍କ୍ୱାର୍ଡ ନାମରେ ଡ୍ୟୁଟି କରୁଛନ୍ତି । ଗତ ୬ ତାରିଖରେ ଲାଞ୍ଚ ନେଉଥିବା ବେଳେ ଜଣେ ଜେଟିପି ଭିଡିଓରେ କଏଦ ହୋଇଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିଲେ । ତେବେ ପୁଣି ଜଣେ ଜେଟିପିଙ୍କ ଭୂମିକା ସନ୍ଦେହକୁ ଆସିବା ପରେ ଅସନ୍ତୋଷ ଲାଗି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/09/bribe-taking-police-2025-08-09-11-34-53.jpg)