କନକ ବ୍ୟୁରୋ: ପାକିସ୍ତାନରେ ପୂର୍ବରୁ ହାଇଜାକ୍ ହୋଇଥିବା ଜାଫର ଏକ୍ସପ୍ରେସ ଟ୍ରେନ ଏବେ ପୁନର୍ବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବାଲୁଚିସ୍ତାନ ପ୍ରଦେଶର ଜାକୋବାବାଦ ନିକଟରେ ରେଳ ଟ୍ରାକରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହେବା ଫଳରେ ଏହି ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଛି ।

Advertisment

ପେଶାୱାରରୁ କ୍ୱେଟା ଅଭିମୁଖେ ଯାଉଥିବା ଏହି ଟ୍ରେନଟି ବୋଲାନ ପାସ ନାମକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୁଲିସ ସୂଚନା ଅନୁଯାୟୀ, ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ ଟ୍ରାକରେ ୩ ଫୁଟ୍ ଚଉଡା ଏକ ଗାତ ସୃଷ୍ଟି ହୋଇଛି ଏବଂ ପ୍ରାୟ ୬ ଫୁଟ ରେଳ ଲାଇନ ନଷ୍ଟ ହୋଇଛି ।  ସୂଚନା ମୁତାବକ, ଏହି ବିସ୍ଫୋରଣ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଅନୁମାନ କରୁଛି ପାକିସ୍ତାନ ପ୍ରଶାସନ। ଅନୁସନ୍ଧାନକାରୀମାନେ ବାଲୋଚ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ସମ୍ପୃକ୍ତି ସମ୍ପର୍କରେ ସନ୍ଦେହ କରୁଛନ୍ତି, ଯେଉଁମାନେ ପୂର୍ବରୁ ମଧ୍ୟ ଜାଫର ଏକ୍ସପ୍ରେସକୁ ଟାର୍ଗେଟ କରିଥିଲେ

ପୁଣି ବିଏଲ୍‌ଏ ଟାର୍ଗେଟ୍‌ରେ ଜାଫର ଏକ୍ସପ୍ରେସ୍ 
ଜାଫର ଏକ୍ସପ୍ରେସ୍‌ରେ ବିସ୍ଫୋରଣ
ପେଶାୱାରରୁ କ୍ୱେଟା ଅଭିମୁଖେ ଯାଉଥିଲା ଜାଫର ଏକ୍ସପ୍ରେସ୍
୬ଟି ବଗି ଲାଇନଚ୍ୟୁତ ଏବଂ ୧୫ ଜଣ ଆହତ
ବିଏଲ୍‌ଏ ବିସ୍ଫୋରଣ କରିଥିବା ବାଲୁଚ ଲିବରେସନ୍‌ ଆର୍ମି ସାମାଜିକ ଗଣମାଧ୍ୟମରେ ଜଣାଇଛି
ଭବିଷ୍ୟତରେ ଆକ୍ରମଣ ଜୋରଦାର ହେବ ବୋଲି କହିଛି ବିଏଲ୍‌ଏ 
ମାର୍ଚ୍ଚରେ ବାଲୁଚ ଲିବରେସନ୍‌ ଆର୍ମି ଜାଫର ଏକ୍ପପ୍ରେସକୁ ଅପହରଣ କରିଥିଲେ