କନକ ବ୍ୟୁରୋ : ଭାରତ ହାତରେ ଲାଗିଛି ଏକ ଅମୂଲ୍ୟ ସମ୍ପଦ । ଆଣ୍ଡାମାନ ଦ୍ୱୀପର ୩୦୦ ମିଟର ଗଭୀରତାରେ ଏହି ସମ୍ପଦ ଲୁଚି ରହିଛି । ଏହି ସମ୍ପଦ ଭାରତର ଏନର୍ଜି ସେକ୍ଟରକୁ ଆଗକୁ ନେବାରେ ସହାୟକ ହେବ । ଆଣ୍ଡାମାନ ସାଗର ସ୍ଥିତ ଶ୍ରୀବିଜୟପୁରମରେ ଏକ ପ୍ରାକୃତିକ ଗ୍ୟାସର ଭଣ୍ଡାର ମିଳିଛି । ଆଣ୍ଡାମାନ ଦ୍ୱୀପର ପୂର୍ବ ତଟରେ ପାଖାପାଖି ୧୭ କିଲୋମିଟର ଦୂର ଗ୍ୟାସ ଭଣ୍ଡାର ମିଳିଥିବା କଥା ନିଜେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି ।
ଅଏଲ ଇଣ୍ଡିଆ ଲିମିଟେଡ ତରଫରୁ ଏକରେଜ ଲାଇସୋସିଙ୍ଗ ପଲିସି କ୍ରମରେ ଏହି ପ୍ରାକୃତିକ ଗ୍ୟାସ ଭଣ୍ଡାରର ସନ୍ଧାନ କରିଛି । ଇଣ୍ଡିଆନ ଅଏଲ ତରଫରୁ ଆଣ୍ଡାମାନର ୧୦ ହାଜର କିଲୋମିଟରରୁ ଅଧିକ କ୍ଷେତ୍ରରେ ତୈଳ ଓ ଗ୍ୟାସର ସନ୍ଧାନ କରୁଛି । କହିରଖୁ କି ଭାରତରେ ବ୍ୟବହାର ହେଉଥିବା ପ୍ରାକୃତିକ ଗ୍ୟାସର ପାଖାପାଖିô ୪୭-୫୦ ପ୍ରତିଶତ ବାହାର ଦେଶରୁ ଆମଦାନୀ କରୁଛି । ୨୦୨୩ ରେ ଭାରତ ୩୬.୭ ବିଲିୟନ କ୍ୟୁବିକ୍ ମିଟର ଏଲପିଜି ଆମଦାନୀ କରିଛି ।
ଆଣ୍ଡାମାନ ଦ୍ୱୀପରୁ ମିଳିଥିବା ଏହି ସମ୍ପଦ ଭାରତ ପାଇଁ ଏକ ବଡ଼ ସଫଳତା । ପେଟ୍ରୋଲିୟମ ମନ୍ତ୍ରୀ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି କି, ଏହି ପ୍ରାକୃତିକ ଗ୍ୟାସର ପ୍ରାରମ୍ଭିକ ପରୀକ୍ଷଣ ୨୨୧୨ ରୁ ୨୨୫୦ ମିଟର ଗଭୀରତାରେ କରାଯାଇଛି । ଯେଉଁଠି ପ୍ରାକୃତିକ ଗ୍ୟାସ ଥିବାର ସୂଚନା ମିଳିଛି । ସେଠାରୁ ମିଳିଥିବା ଗ୍ୟାସର ସାମ୍ପଲ କାକିନଡ଼ା ପୋର୍ଟକୁ ଅଣାଯାଇଛି , ଯେଉଁଠି ଏହାର ପରୀକ୍ଷା ହେବ ।