କନକବ୍ୟୁରୋ: ମୋମୋଜ୍ ନେଲା ଜୀବନ । ମୋମୋଜ୍ ଖାଇ ଜଣେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକେ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏକ ରାସ୍ତାକଡରେ ଥିବା ମୋମୋଜ୍ ଦୋକାନକୁ ଖାଇବା ପରେ ଏଭଳି ସ୍ଥିତି ଉପୁଜିଛି । ପୁଲିସ ସୂଚନା ମୁତାବକ, ୩୧ ବର୍ଷିୟ ମହିଳା ରେଶମା ବେଗମଙ୍କ ମୃତ୍ୟୁ ହୋଇଛି ।
ଏଥିସହ ତାଙ୍କର ଦୁଇ ନାବାଳିକା ଝିଅ ଗୁରୁତର ଅସୁସ୍ଥ ହୋଇଛନ୍ତି । ଫୁଡ ପଏଜନ ହୋଇ ଲୋକେ ଅସୁସ୍ଥ ହୋଇଥିବା କୁହାଯାଉଛି । ଅସୁସ୍ଥ ଲୋକଙ୍କୁ ମେଡିକାଲ ନିଆଯାଥଥିଲେ ମଧ୍ୟ ସେଠାରେ ରେଶମାଙ୍କ ମୃତ୍ୟୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/10/29/giVwapvd9Xd6rG7lTZBT.jpg)