କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ବୁଧବାର ଟ୍ରିପଲ୍‌ ମର୍ଡରକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଦକ୍ଷିଣ ଦିଲ୍ଲୀର ନେବ ସରାୟର ଦେବଲିରେ ସ୍ବାମୀ-ସ୍ତ୍ରୀ ଏବଂ ଝିଅଙ୍କୁ ଛୁରି ଭୂସି ହତ୍ୟା କରାଯାଇଛି । ଘଟଣା ସମୟରେ ପୁଅ ମର୍ନିଂ ଓ୍ବାର୍କରେ ଯାଇଥିଲେ । ସେ ଫେରି ଆସିବା ପରେ ଯାହା ଦେଖିଥିଲେ ତାଙ୍କ ହୋସ୍‌ ଉଡିଯାଇଥିଲା । ଖବର ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁଅଙ୍କୁ ପଚରାଉଚରା କରୁଛି । ଆଖପାଖର ସିସିଟିଭି ଜରିଆରେ ଛାନଭିନ୍‌ କରାଯାଉଛି।ସୂଚନାନୁଯାୟୀ, ଆକ୍ରମଣକାରୀ ସ୍ବାମୀ ରାଜେଶ(୫୫), ସ୍ତ୍ରୀ କୋମଲ୍‌(୪୭) ଏବଂ ଝିଅ କବିତା(୨୩)ଙ୍କ ହତ୍ୟା କରିଛନ୍ତି । ପୁଅ ସକାଳେ ମର୍ନିଂ ଓ୍ବାର୍କରେ ଯାଇଥିଲେ ।

Advertisment

ସେ ଫେରିବା ପରେ ସମସ୍ତଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖିବାକୁ ପାଇଥିଲେ । ଏହାପରେ ପୋଲିସକୁ ହତ୍ୟାକାଣ୍ଡ ନେଇ ଖବର ଦିଆଯାଇଥିଲା ।ରାଜେଶ ଶର୍ମା ସେନାର ଅବସରପ୍ରାପ୍ତ କର୍ମଚାରୀ । ଡିସେମ୍ବର ୪ରେ ସେ ବିବାହ ବାର୍ଷିକୀ ପାଳିଥିଲେ । ପୋଲିସର କହିବାନୁଯାୟୀ ପୁଅ ଯେତେବେଳେ ୭ଟାରେ ଘରକୁ ଫେରିଥିଲେ ସେତେବେଳକୁ ତାଙ୍କୁ ହତ୍ୟା ହୋଇଯାଇଥିଲା । ସେ ଘରେ ୩ ଜଣଙ୍କୁ ମରି ପଡ଼ିଥିବାର ଦେଖି ଚିତ୍କାର କରି ଉଠିଥିଲେ । ପଡୋଶୀମାନେ ସେଠାରେ ପହଞ୍ଚିଥିଲେ । ପୋଲିସକୁ ଖବର ଦିଆଯାଇଥିଲା ।