କନକ ବ୍ୟୁରୋ: ରାଜଧାନୀର ପାହାଳ ଅଞ୍ଚଳରେ ରହିବାକୁ ଡ଼ର ଲାଗୁଛି ଓ ସୁରକ୍ଷା ପାଇଁ ଲାଗିଛି ସିସିଟିଭି, ସୁରକ୍ଷାକର୍ମୀ ବି ଜଗିଛି । ହେଲେ ହାତରେ ମାରଣାସ୍ତ୍ର ଧରି ବେଧଡ଼କ ଆପାର୍ଟମେଣ୍ଟ ଭିତରେ ବୁଲୁଛନ୍ତି ଲୁଟିଆ ଓ ଜାଣି ଆଶ୍ଚର୍ଯ୍ୟ ହେବେ ଫ୍ଲାଟରୁ ଫ୍ଲାଟ ବୁଲି ଘରର କବାଟ ଖୋଲିବାକୁ ଉଦ୍ୟମ କରୁଛନ୍ତି ଓ ଯଦି କବାଟ ଖୋଲିଲା ତାହେଲେ ଆରମ୍ଭ କଲେ ଅପରେସନ ଲୁଟ ଓ ଯଦି କବାଟ ନ ଖୋଲିଲା ତାହେଲେ ଚତୁରତାର ସହ ଚମ୍ପଟ ମାରିଲେ ଓ କିନ୍ତୁ ପୋଲିସ ଚୋର ଧରିବା ଦୂର କଥା, ଏତଲା ମଧ୍ୟ ଗ୍ରହଣ କରୁନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଆପର୍ଟମେଣ୍ଟ ବାସିନ୍ଦା ।
ଛାତିଥରା ଭିଡ଼ିଓ ଦେଖିଲେ ରାତିରେ ନିଦ ହବନି ଓ ଲୁଟେରାଂକୁ ଦେଖିଲେ ଆପାର୍ଟମେଣ୍ଟରେ ରହି ହେବନି ଓ ଟିକିଏ ଭଲକରି ଦେଖନ୍ତୁ ଏହି ସିସିଟିଭି ଫୁଟେଜକୁ ଓ ବେଧଡ଼କ ଭାବରେ ପାହାଳ ଅଞ୍ଚଳରେ କେମିତି ଖୁଲମଖୁଲା ବୁଲୁଛନ୍ତି ଲୁଟିଆ ଓ ହାତରେ ଖଣ୍ଡା, କଟୁରୀ ଧରି ରାତି ଅଧରେ ମାତିଛନ୍ତି ଏହି ମୁଖାପିନ୍ଧା ସୈତାନ ଓ ଗୋଟିଏ ପରେ, ଗୋଟିଏ ଫ୍ଲାଟକୁ ଯାଉଛନ୍ତି ଓ କବାଟରେ କାନ ଡେରି ଶୁଣୁଛନ୍ତି ଓ ଯେଉଁଘର ବାହାରେ ତାଲା ଝୁଲୁଛି କିମ୍ବା ଭିତରୁ ଶବ୍ଦ ଶୁଭୁନି, ସେହି ଘରର କବାଟ ଖୋଲିବାକୁ ଉଦ୍ୟମ କରୁଛନ୍ତି ଓ ସୁଯୋଗ ମିଳିଲେ ଘର ଭିତରେ ପଶି କଳାକନା ବୁଲେଇ ଦେଉଛନ୍ତି ଓ ପାହାଳରେ ଥିବା ଏହି ଆପର୍ଟମେଣ୍ଟରୁ ଲୁଟ ରେ ବିଫଳ ହେବା ପରେ,ପାଖରେ ଥିବା ଆଉ ଏକ ଆପର୍ଟମେଣ୍ଟରୁ ଏମାନେ ଲୁଟ କରିଛନ୍ତି ଓ ତେବେ ଲୁଟ ତ ହେଇନି ଥାନାକୁ କୀହିଁକି ଆସିଛ ବୋଲି ପୁଲିସ କହିଥିବା ଅଭିଯୋଗ କରିଛନ୍ତି ବାସିନ୍ଦା ।
ସେପଟେ କିଛିଦିନ ତଳେ ପୋଲିସ କମିଶନର ଏସ. ଦେବଦତ୍ତ ସିଂ ଆପାର୍ଟମେଣ୍ଟ ମାନଙ୍କରେ ସିସି କ୍ୟାମେରା ଲଗାଇବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଏହାର ତଥ୍ୟ କମିଶନରେଟ ପୋଲିସ ନିକଟରେ ରଖିବା ସହ ସୁପର ଭିଜନ ପାଇଁ ଜଣେ ଏସିପିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପୂର୍ବରୁ ଛକ, ବଜାର, ହସ୍ପିଟାଲ, ଷ୍ଟେସନ, ବସଷ୍ଟାଣ୍ଡ ରେ ଲାଗିଥିଲା ପୋଷ୍ଟର । ଲୁଟେରା ବା ମୋଷ୍ଟ ୱାଣ୍ଟଡଙ୍କୁ ଚିହ୍ନଟ କଲେ ୧୦ ହଜାର ପୁରସ୍କାର ମିଳିବ ବୋଲି କୁହାଯାଇଥିଲା । ନିୟମିତ ବ୍ୟବଧାନରେ ଥାନାରେ ହାଜିରା ପକାଉନଥିବା ପେଶାଦାର ଅପରାଧୀଙ୍କୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । କିନ୍ତୁ ଏ ସବୁ ସତ୍ତ୍ୱେ ମଧ୍ୟ ଲୁଟେରା ଖୁଲାମଖୁଲା ଲୁଟିବା ଘଟଣା ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି । ସବୁ ପରେ ମଧ୍ୟ ଲୋକଙ୍କୁ ସୁରକ୍ଷା ଦେବା ତ ଦୂରର କଥା, ହ୍ୱାଟ୍ସଆପରେ ମେସେଜ ଟିଏ ଦେଇ ମୁଣ୍ଡରୁ ଦୋଷ ଖସାଇଦେଇଛି ପାହାଳ ଥାନା ପୋଲିସ ।