କନକ ବ୍ୟୁରୋ : ଦୁନିଆର ସର୍ବଶ୍ରେଷ୍ଠ ଧନୀ ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଏଲନ ମସ୍କ ଭାରତ ଆସିବେ । ଏନେଇ ସେ ଶନିବାର ଦିନ ସୋସିଆଲ ମିଡିଆରେ ସୂଚନା ସେୟାର କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିଥିଲେ । ଏନେଇ କଥା ହେବା ବେଳେ ସେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଆସିପାରନ୍ତି ବୋଲି କହିଛନ୍ତି । 

Advertisment

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭାରତ-ଆମେରିକା ସହଯୋଗ ଉପରେ ଫୋନ ମାଧ୍ୟମରେ କଥା ହେବାର ଗୋଟିଏ ଦିନ ପରେ ସେ ସେ ସୋସିଆଲ ମିଡିଆ ସାଇଟ୍ ଏକ୍ସ ରେ ଲେଖିଛନ୍ତି କି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବା ଏକ ସମ୍ମାନର କଥା । ମୁଁ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଗସ୍ତ କରିବାକୁ ଆଗ୍ରହୀ ଅଛି । 

ସେପଟେ ଏହି ଫୋନକଲ୍ ବାବଦରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଆମ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହି ଆଲୋଚନାରେ ଟେକ୍ନୋଲୋଜି, ଇନୋଭେସନ କ୍ଷେତ୍ରରେ ମସ୍କଙ୍କ ସହଯୋଗ ସମ୍ଭାବନା ଉପରେ କଥା ହୋଇଛି ।