କନକ ବ୍ୟୁରୋ: ବଲାଙ୍ଗୀର ଜେଲରେ ଚଢାଉ। ବଲାଙ୍ଗୀର ଜେଲରୁ ମାଦକ ଦ୍ରବ୍ୟ ଜବତ କରିଛି ପୁଲିସ। ଆଜି ସକାଳୁ ସକାଳୁ ବଲାଙ୍ଗୀର ଏସପି ରିଶିକେଶ ଖିଲାରୀଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ବଲାଙ୍ଗୀର କାରାଗାରରେ ଚଢାଉ କରିଥିଲେ। ବିଭିନ୍ନ ସେଲରେ ଚଢାଉ ବେଳେ ମଦାକ ଦ୍ରବ୍ୟ ଜବତ ହୋଇଛି। କଏଦୀଙ୍କ ସେଲରୁ ଗୁଟଖା, ଖଏନୀ, ବିଡି ଜବତ କରିଛନ୍ତି ପୁଲିସ ଫୋର୍ସ। 
୨ ଦିନ ତଳେ ଜେଲ ଭିତରେ ଗ୍ୟାଙ୍ଗ ୱାର ହୋଇଥିଲା। ଦୁଇ କଏଦୀଙ୍କ ମାରପିଟକୁ ନେଇ ଜେଲ ଭିତରେ ଉତ୍ତେଜନା ବଢିଥିଲା। ବଲାଙ୍ଗୀର ଜେଲରେ ବର୍ତମାନ ଅନେକ ହାର୍ଡ କୋର କ୍ରିମିନାଲ ଅଛନ୍ତି। ତେଣୁ କାରଗାର ଭିତରେ ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପୁଲିସ ଚଢାଉ କରିଥିଲେ। ତେବେ ଜେଲ ଭିତରୁ ମାଦକ ଦ୍ରବ୍ୟ ଜବତ ପରେ ଜେଲରୁ ସୁରକ୍ଷାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି ହେଉଛି। କଡା ସୁରକ୍ଷାରେ ଥିବା ଜେଲେ ଭିତରକୁ କେମିତି ମାଦକ ଦ୍ରବ୍ୟ ପ୍ରବେଶ କରୁଛି। ମାଦକ ଦ୍ରବ୍ୟ ଭିତରକୁ କିଏ ଛାଡୁଛି । ଜେଲ କର୍ମଚାରୀଙ୍କ ବିନା ସଂପୃକ୍ତିରେ ମାଦକ ଦ୍ରବ୍ୟ ଯିବା ସମ୍ଭବ ନାହିଁ।