ଛତିଶଗଡ଼ ସୀମାରେ ମାଓ ଅପରେସନ୍‌ ବେଳେ ସେନାକୁ ବଡ଼ ସଫଳତା, ପୁଲିସ ଓ ଅର୍ଦ୍ଧସାମରିକ ବାହିନୀର ଚଢ଼ାଉ ପରେ ବିପୁଳ ମାଓ ସାମଗ୍ରୀ ଜବତ

Advertisment

ପୁଲିସ ଓ ଅର୍ଦ୍ଧସାମରିକ ବାହିନୀର ଚଢ଼ାଉ ପରେ ବିପୁଳ ମାଓ ସାମଗ୍ରୀ ଜବତ । ଅଫୁଟା ବୋମା ଜବତ କଲେ ସୁରକ୍ଷାକର୍ମୀ ।

ପୁଲିସ ଓ ଅର୍ଦ୍ଧସାମରିକ ବାହିନୀର ଚଢ଼ାଉ ପରେ ବିପୁଳ ମାଓ ସାମଗ୍ରୀ ଜବତ । ଅଫୁଟା ବୋମା ଜବତ କଲେ ସୁରକ୍ଷାକର୍ମୀ ।

ବିପୁଳ ମାଓ ସାମଗ୍ରୀ ଜବତ

ବିପୁଳ ମାଓ ସାମଗ୍ରୀ ଜବତ Photograph: (kanakNews)

କନକ ବ୍ୟୁରୋ:  ଛତିଶଗଡରେ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ଦ୍ୱାରା ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ। ଛତିଶଗଡ ରାଜ୍ୟ ଧମତରି ଜିଲ୍ଲାରେ ସର୍ଚ୍ଚ ଅପରେସନ ପାଇଁ ଯାଇଥିବା ସୈନିକଙ୍କୁ  ଏହି ବଡ଼ ସଫଳତା ମିଳିଛି। ସୈନିକମାନଙ୍କୁ ଖଲ୍ଲାରି ଥାନା ଅଞ୍ଚଳର ଚାମେଣ୍ଡା ଏବଂ ସାଲେଭଟ ଜଙ୍ଗଲରେ ନକ୍ସଲ କାର୍ଯ୍ୟକଳାପ ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା ।

ଏହା ପରେ ଡିଆରଜି ଏବଂ ସିଏଏଫ୍‌ ସୈନିକ ନକ୍ସଲ ବିରୋଧୀ ଅଭିଯାନରେ ବାହାରି ୩ଟି କୁକର ବୋମା, ୨ଟି ପାଇପ୍ ବୋମା, ଗୋଟିଏ ଟିଫିନ୍ ବୋମା ଜବତ କରିଥିଲେ। ବୋମା ଗୁଡ଼ିକୁ ‘ବିଡିଏସ୍‌’ ନିଷ୍କ୍ରିୟ ଟିମ୍‌ ଦ୍ୱାରା ବୋମା ନିଷ୍କ୍ରିୟ କରାଗଲା । ନକ୍ସଲଙ୍କ ଦ୍ୱାରା ସୈନିକଙ୍କୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଜଙ୍ଗଲରେ ଏହା ଲଗାଯାଇଥିବା ପ୍ରକାଶ କରିଛନ୍ତି ଅଧିକାରୀ ଅତିରିକ୍ତ ଆରକ୍ଷୀ ଅଧିକାରୀ । ଏଥି ସହିତ ୱାକିଟକି ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବହୁ ପରିମାଣରେ ଉଦ୍ଧାର କରାଯାଇଛି । ତେବେ ପୁଲିସ୍‌ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe