କନକ ବ୍ୟୁରୋ: ଛତିଶଗଡରେ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ଦ୍ୱାରା ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ। ଛତିଶଗଡ ରାଜ୍ୟ ଧମତରି ଜିଲ୍ଲାରେ ସର୍ଚ୍ଚ ଅପରେସନ ପାଇଁ ଯାଇଥିବା ସୈନିକଙ୍କୁ ଏହି ବଡ଼ ସଫଳତା ମିଳିଛି। ସୈନିକମାନଙ୍କୁ ଖଲ୍ଲାରି ଥାନା ଅଞ୍ଚଳର ଚାମେଣ୍ଡା ଏବଂ ସାଲେଭଟ ଜଙ୍ଗଲରେ ନକ୍ସଲ କାର୍ଯ୍ୟକଳାପ ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା ।
ଏହା ପରେ ଡିଆରଜି ଏବଂ ସିଏଏଫ୍ ସୈନିକ ନକ୍ସଲ ବିରୋଧୀ ଅଭିଯାନରେ ବାହାରି ୩ଟି କୁକର ବୋମା, ୨ଟି ପାଇପ୍ ବୋମା, ଗୋଟିଏ ଟିଫିନ୍ ବୋମା ଜବତ କରିଥିଲେ। ବୋମା ଗୁଡ଼ିକୁ ‘ବିଡିଏସ୍’ ନିଷ୍କ୍ରିୟ ଟିମ୍ ଦ୍ୱାରା ବୋମା ନିଷ୍କ୍ରିୟ କରାଗଲା । ନକ୍ସଲଙ୍କ ଦ୍ୱାରା ସୈନିକଙ୍କୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଜଙ୍ଗଲରେ ଏହା ଲଗାଯାଇଥିବା ପ୍ରକାଶ କରିଛନ୍ତି ଅଧିକାରୀ ଅତିରିକ୍ତ ଆରକ୍ଷୀ ଅଧିକାରୀ । ଏଥି ସହିତ ୱାକିଟକି ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବହୁ ପରିମାଣରେ ଉଦ୍ଧାର କରାଯାଇଛି । ତେବେ ପୁଲିସ୍ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/28/TazQa1ehd8NYsYsLdoSi.jpg)