କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ସୁନ୍ଦରଗଡ଼ ବୋଣାଇ ଆଇଟିଡିଏ ପ୍ରକଶ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଇଛି । ବଣାଇ ସମେତ, ଭୁବନେଶ୍ବର, ବାଲେଶ୍ବର, ଯାଜପୁରରେ ଚାଲିଛି ରେଡ୍‌ । ଭିଜିଲାନ୍ସ ବିଭାଗର ଜଣେ ଅତିରିକ୍ତ ଏସପି, ତିନି ଜଣ ଡିଏସପି, ୧୦ ଇନସ୍ପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ନିୟୋଜିତ ହୋଇଛନ୍ତି । ଭୁବନେଶ୍ବର ଓଲ୍ଡ ଟାଉନ ସ୍ଥିତ ଶ୍ରୀରାମ ନଗରରେ ଦୁଇ ମହଲା ବିଶିଷ୍ଟ ଘର, ଲକ୍ଷ୍ମୀସାଗର ସ୍ଥିତ ଆପାର୍ଟମେଣ୍ଟ, ଖାରବେଳନଗର ସ୍ଥିତ ଆପାର୍ଟମେଣ୍ଟ, ବାଲେଶ୍ବର ସେନ୍ ରୋଡ୍‌ ସ୍ଥିତ ଆପାର୍ଟମେଣ୍ଟ, ଯାଜପୁର ଟାଉନ ସ୍ଥିତ ସମ୍ପର୍କୀୟଙ୍କ ଘର, ବୋଣାଇ ସ୍ଥିତ ଅଫିସ୍ ଓ କ୍ବାଟରରେ ଏକକାଳୀନ ଚଢଉ କରୁଛି ଭିଜିଲାନ୍ସ ବିଭାଗ । 

Advertisment

ସେପଟେ ବେଆଇନ୍ କରତ କଳ ଉପରେ ଭିଜିଲାନ୍ସ ଚଢାଉ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଶୁରେଶ୍ବର ସ୍ଥିତ ଏକ ବେଆଇନ୍ କରତ କଳ ଉପରେ ଚଢାଉ କରିଛି ଓଡିଶା ଭିଜିଲାନ୍ସର ୧୦ ଜଣିଆ ଟିମ୍ । ଏଥିସହ ସ୍ଥାନୀୟ ପୋଲିସ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହିଛି । ଚଢାଉବେଳେ ବିପୁଳ ପରିମାଣର କାଠ ଓ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଜବତ ହୋଇଛି । କେଭଳି ବିନା ଲାଇସେନ୍ସରେ କରତ କଳ ଚାଲିଥିଲା ସେନେଇ ତଦନ୍ତ କରାଯାଉଛି । ଦୀର୍ଘ ଦିନ ଧରି ବେଆଇନ ଭାବେ ଏହି କରତ କଳ ଚାଲିଆସୁଥିଲା।  ହେଲେ ଏବେ ଏଠାରେ ସ୍ଥାନୀୟ ପୋଲିସ ଓ ଭିଜିଲାନ୍ସ ବିଭାଗ ମିଳିତ ଭାବେ ରେଡ୍ କରିଛନ୍ତି ।