କନକ ବ୍ୟୁରୋ : ମନ୍ତ୍ରୀ ଦେଲେ ପ୍ରସ୍ତାବ, ବିଚାର କରିବ ‘ବିଆଇଏସ୍’ । ସୁନା ଭଳି ରୂପାର ହଲମାର୍କିଂକୁ ବାଧ୍ୟତାମୂଳକ କରିପାରନ୍ତି ସରକାର । ରୁପା ପ୍ରତି ଗ୍ରାହକମାନଙ୍କ ଆଗ୍ରହ ବଢ଼ିଛି । ରୂପାର ଗହଣାଠାରୁ ଆରମ୍ଭ କରି ଉପହାର ସାମଗ୍ରୀ ପର୍ଯ୍ୟନ୍ତ ଅନେକ କିଛି ବିପୁଳ ପରିମାଣରେ ବିକ୍ରି ହେଉଛି । ଗ୍ରାହକମାନେ କିଣୁଥିବା ରୁପାର ଗୁଣବତ୍ତାକୁ ନିଶ୍ଚିତ କରିବା ଲାଗି ସରକାର ହଲମାର୍କିଂ ବାଧ୍ୟତାମୂଳକ କରିବା ଉପରେ ବିଚାର କରୁଛନ୍ତି । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଭାରତୀୟ ମାନକ ବ୍ୟୁରୋ ରୂପାର ହଲମାର୍କିଂ ବାଧ୍ୟତାମୂଳକ କରିବା ଦରକାର ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି । ରୂପାର ହଲମାର୍କିଂ କରିବାକୁ ଗୁଜରାଟ, କର୍ଣ୍ଣାଟକ ଓ ଅନ୍ୟ କେତେକ ରାଜ୍ୟର ଗ୍ରାହକ ଦାବି କରିଥିବା ମନ୍ତ୍ରୀ କହିଛନ୍ତି । ବିଆଇଏସର ୭୮ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କରି ସେ କହିଛନ୍ତି ରୂପାର ହଲମାର୍କିଂ ହେଉଛି ଗ୍ରାହକଙ୍କ ଦାବି । ବିଆଇଏସ୍ ତାହା ଉପରେ ବିଚାର କରି ନିଷ୍ପତ୍ତି ନେଇପାରିବ । ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଲାଗି ବର୍ତ୍ତମାନ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି । ଏଥିରେ ଛଅ ସଂଖ୍ୟା ବିଶିଷ୍ଟ କୋଡ୍ ଦିଆଯାଉଛି ଯାହା ସୁନାର ଶୁଦ୍ଧତାକୁ ସ୍ପଷ୍ଟ କରୁଛନ୍ତି । ରୂପାର ହଲମାର୍କିଂ ବାଧ୍ୟତାମୂଳକ ହେଲେ ଗ୍ରାହକମାନେ ଆଉ ନକଲି ରୂପା ଠକାମିର ଶିକାର ହେବେନାହିଁ । ରୂପାର ହଲମାର୍କିଂ ସମ୍ପର୍କରେ ବିଆଇଏସର ମହାନିର୍ଦ୍ଦେଶକ ପ୍ରମୋଦ କୁମାର ତିୱାରୀ କହିଛନ୍ତି ଯେ ଆଗାମୀ ତିନିରୁ ଛଅ ମାସ ମଧ୍ୟରେ ରୁପା ହଲମାର୍କିଂକୁ ବାଧ୍ୟତାମୂଳକ କରିବା ଲାଗି ବିଆଇଏସ୍ ପ୍ରସ୍ତୁତ ହୋଇପାରିବ । ଏଥିପାଇଁ ଅଂଶୀଦାରମାନଙ୍କ ସହ ବିଚାରବିମର୍ଶ ଚାଲିଛି । ସୁନାର ସଫଳ ହଲମାର୍କିଂ ପରେ ରୁପା ପାଇଁ ପଦକ୍ଷେପ ନିଆଯାଇଥିଲା । ଅଂଶୀଦାରମାନଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି । ବର୍ତ୍ତମାନ ୩୬୧ଟି ଜିଲ୍ଲାରେ ସୁନା ହଲମାର୍କିଂ ବାଧ୍ୟତାମୂଳକ ହୋଇଛି । ହଲମାର୍କିଂ ହେଉଛି ସାର୍ଟିଫିକେସନର ଏକ ପ୍ରକ୍ରିୟା ଯେଉଁଥିରେ ସୁନା ଓ ରୁପା ଭଳି ମୂଲ୍ୟବାନ ଧାତବ ପଦାର୍ଥର ଶୁଦ୍ଧତା ଓ ପରିମାଣକୁ ସାର୍ଟିଫାଏ କରାଯାଉଛି । ନିୟାମକ କର୍ତ୍ତୃପକ୍ଷ ନିର୍ଧାରଣ କରୁଥିବା ମାନଦଣ୍ଡ ପୂରଣକୁ ତାହା ନିଶ୍ଚିତ କରିଥାଏ ।
ରୂପାର ହେବ ହଲମାର୍କିଂ!
ସୁନା ଭଳି ରୂପାର ହଲମାର୍କିଂ ହୋଇପାରେ ବାଧ୍ୟତାମୂଳକ
ଭାରତୀୟ ମାନକ ବ୍ୟୁରୋକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ
ଏନେଇ ଗୁଜରାଟ, କର୍ଣ୍ଣାଟକ କଳି କିଛି ରାଜ୍ୟର ଗ୍ରାହକ ଦାବି କରିଛନ୍ତି
ହଲମାର୍କିଂ ବାଧ୍ୟତାମୂଳକ ହେଲେ ଗ୍ରାହକମାନେ ଠକାମିରେ ପଡ଼ିବେନି
ହଲମାର୍କିଂ ପାଇଁ ୩ରୁ ୬ ମାସ ମଧ୍ୟରେ ବିଆଇଏସ୍ ପ୍ରସ୍ତୁତ ହୋଇପାରିବ
ଏଥିପାଇଁ ଅଂଶୀଦାରମାନଙ୍କ ସହ ବିଚାରବିମର୍ଶ ଚାଲିଛି
ବର୍ତ୍ତମାନ ୩୬୧ଟି ଜିଲ୍ଲାରେ ସୁନା ହଲମାର୍କିଂ ବାଧ୍ୟତାମୂଳକ ହୋଇଛି
ହଲମାର୍କିଂ ହେଉଛି ସାର୍ଟିଫିକେସନର ଏକ ପ୍ରକ୍ରିୟା
ହଲମାର୍କିଂ ଦ୍ବାରା ଶୁଦ୍ଧତା ଓ ପରିମାଣକୁ ସାର୍ଟିଫାଏ କରାଯାଉଛି
ନିୟାମକ କର୍ତ୍ତୃପକ୍ଷ ନିର୍ଧାରଣ କରୁଥିବା ମାନଦଣ୍ଡକୁ ଏହା ନିଶ୍ଚିତ କରିଥାଏ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/01/07/xNyABrqbGN6QBSagt2AF.jpg)