ହାତୀ ଘଉଡାଇବା ପଡିଲା ମହଙ୍ଗା । ବନ କର୍ମଚାରୀଙ୍କୁ ଗୋଡାଇ ପିଟିଲେ ଯୁବକ, ୩ ବନ କର୍ମଚାରୀ ଡାକ୍ତରଖାନାରେ ଭର୍ତ୍ତି

Advertisment

୩ ଜଣ ବନ କର୍ମଚାରୀ ଦଉଡ଼ି ପଳାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଦୁର୍ବତ୍ତ । ଏଥିରେ ସୁକାନ୍ତ ସାହୁଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଦୁଇ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

୩ ଜଣ ବନ କର୍ମଚାରୀ ଦଉଡ଼ି ପଳାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଦୁର୍ବତ୍ତ । ଏଥିରେ ସୁକାନ୍ତ ସାହୁଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଦୁଇ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

òK\ú

କନକ ବ୍ୟୁରୋ :  ହାତୀ ଘୋଡାଇବା ପଡ଼ିଲା ମହଙ୍ଗା । ବନ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଯୁବକ । ଗୁରୁବାର ଅପରାହ୍ନରେ ଅନୁଗୁଳ ବଅଁରପାଳ ଥାନା ଫୁଲପଡା ଅଞ୍ଚଳରେ ହାତୀ ଘଉଡ଼ାଇବାକୁ ଯାଇଥିଲେ ୬ ଜଣ ବନ କର୍ମଚାରୀ । ତେବେ ଏହି ସମୟରେ କିଛି ଦୁର୍ବତ୍ତ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ୩ ଜଣ ବନ କର୍ମଚାରୀ ଦଉଡ଼ି ପଳାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଦୁର୍ବତ୍ତ । ଏଥିରେ ସୁକାନ୍ତ ସାହୁଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଦୁଇ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦବୃତ୍ତ ମାନେ ବନ କର୍ମଚାରୀଙ୍କ ଗାଡିରୁ ଲାଇଟ, ଚାବି ଓ ଅନ୍ୟ ସାମଗ୍ରୀ ନେଇଯାଇଥିବା ଅଭିଯୋଗ ହୋଇଛି ।  ଏହି ଖବର ଜଣାପଡ଼ିବା ପରେ ଅନୁଗୁଳ ରେଞ୍ଜର ହରମୋହନ ନାୟକ ଏବଂ ତାଙ୍କ ଟିମ୍ ପହଁଚି ସୁକାନ୍ତ ଏବଂ ଅନ୍ୟ ଦୁଇ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସୁକାନ୍ତଙ୍କ ଗୋଡ ଏବଂ ଦେହରେ ଗଭୀର ଆଘାତ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe