କନକବ୍ୟୁରୋ : ରାଜଧାନୀର ବାବା କାଶୀନାଥଙ୍କୁ ନେଇ ଚର୍ଚ୍ଚା ବଢିଛି । ଭୁବନେଶ୍ବରରେ କଳକୀ ଅବତାର ନାଁରେ ପୁଅକୁ ଭଗବାନ ବେଶରେ ସଜାଇ, ପାଦ ତଳେ ତୁଳସୀ ରଖି ପୂଜା କରିବା ବାବା କାଶୀନାଥଙ୍କ ପାଇଁ ଅଡୁଆ ବଢ଼ାଇଛି ।
ଏହାକୁ ନେଇ କାଶୀନାଥଙ୍କ ଖଣ୍ଡଗିରି ସ୍ଥିତ ଆଶ୍ରମରେ ଉତେଜନା ପରିସ୍ଥିତି ସୃଷ୍ଟି ହେବା ପରଠୁ ସେ ଫେରାର ହୋଇଯାଇଛନ୍ତି । ଶିଶୁ ଆୟୋଗ ମାମଲା ରୁଜୁ କରିଥିବା ବେଳେ ଆଶ୍ରମରେ ପୁଲିସ ପହଞ୍ଚି ପଚରାଉଚରା କରିଛି । ଏପରି ସମୟରେ ବାବା କାଶୀନାଥ ଆଶ୍ରମରେ ଅନୁପସ୍ଥିତ ଅଛନ୍ତି ।
ପ୍ରଶ୍ନ ଉଠୁଛି ବାବା କାଶୀନାଥ ଏବେ କେଉଁଠି ? ଭିଡିଓ ଜାରି କରି ସେ ଏବେ ଓଡ଼ିଶାରେ ଥିବା କହିଛନ୍ତି । ଏପରିକି ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଚକ୍ରାନ୍ତ କରାଯାଉଥିବା ଅଭିଯୋଗ କରିଛନ୍ତି ପଣ୍ଡିତ କାଶୀନାଥ ।
ଭିଡ଼ିଓ ଜାରି କରି ଓଡ଼ିଶାରେ ଥିବା ନେଇ କହୁଥିଲେ ମଧ୍ୟ ଅନ୍ତେବାସୀଙ୍କ ଭିନ୍ନ ଭିନ୍ନ ବୟାନ ସନ୍ଦେହ ବଢାଉଛି । ଅନ୍ୟପଟେ କନକ ନ୍ୟୁଜକୁ ଫୋନରେ ପ୍ରତିକ୍ରିୟା ଦେଇ କହିଛନ୍ତି,ସେ ପ୍ରବଚନ ଦେବା କାମରେ ବାହାରକୁ ଯାଇଛନ୍ତି ।
ତେଣୁ ସ୍ୱାଭାବିକ ଭାବେ ପୋଲିସ ଜେରାର ସମ୍ମୁଖୀନ ହେବାକୁ ଚାହୁଁ ନାହାନ୍ତି କି ବାବା କାଶୀନାଥ ? ଲୋକଙ୍କ ଧର୍ମୀୟ ଭାବାବେଗ ସହ ଖେଳ ଖେଳି ଏବେ ସେ କାହିଁକି ଲୁଚକାଳି ଖେଳ ଖେଳୁଛନ୍ତି ? ଲୋକଙ୍କୁ ଭୂଆଁ ବୁଲାଇ ନିଜ ପୁଅକୁ ଭଗବାନ ସଜାଇଥିବା ପଣ୍ଡିତ କାଶୀନାଥ, ଏବେ ସମସ୍ତ କଥା ପଦାରେ ପଡିବା ପରେ ସାମ୍ନା କରିବାକୁ ଭୟ କରୁଛନ୍ତି କି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/11/18/Sjbv0GatG1UcOkRGoKvD.jpg)