କନକବ୍ୟୁରୋ : ଝାରସୁଗୁଡ଼ାର ପୂର୍ବତନ ବିଧାୟକ  ଦିପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା । ସମ୍ବଲପୁର ସ୍ଥିତ ଠେଲକୁଲି ଥାନାରେ ଏତଲା ଦେଲା ଏନ୍ଏଲ୍‌ସି କମ୍ପାନୀ କର୍ତ୍ତୃପକ୍ଷ । ଶୁକ୍ରବାର ବିସ୍ଥାପିତଙ୍କ ସମସ୍ୟାକୁ ନେଇ ଏନ୍ଏଲ୍‌ସି କମ୍ପାନୀ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ । 

Advertisment

ଏହାକୁ ନେଇ ଆଜି ଏନ୍ଏଲ୍‌ସି ପକ୍ଷରୁ ଠେଲକୁଲି ଥାନାରେ ମାମଲା ଦାୟର କରିଥିଲେ । ଏହାକୁ ଆଧାର କରି ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦିପାଲି ଦାସ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ସମେତ ଅନ୍ୟ ୧୫ ଜଣଙ୍କ ନାମରେ ମାମଲା ଦାୟର କରିଛି ପୋଲିସ ।