ଭୟଙ୍କର ପସ୍ତେଇବ ପାକିସ୍ତାନ: ନିଜେ ଯୁଦ୍ଧ ବନ୍ଦ କରିବାକୁ କହିଲା, ଏବେ ପୁଣି କରୁଛି ଡ୍ରୋନ ଆଟାକ୍

Advertisment

ସୁଧୁରିବନି ପାକିସ୍ତାନ । ଭାରତ-ପାକିସ୍ତାନ ମଧ୍ୟରେ ୮୬ ଘଣ୍ଟା ଧରି ଚାଲିଥିବା ଯୁଦ୍ଧ ଆଜି ୫ଟାରେ ଶେଷ ହୋଇଥିଲା । ହେଲେ ଏହାର ୪ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ସୁଧୁରିବନି ପାକିସ୍ତାନ । ଭାରତ-ପାକିସ୍ତାନ ମଧ୍ୟରେ ୮୬ ଘଣ୍ଟା ଧରି ଚାଲିଥିବା ଯୁଦ୍ଧ ଆଜି ୫ଟାରେ ଶେଷ ହୋଇଥିଲା । ହେଲେ ଏହାର ୪ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

pk

Photograph: (kanak news)

କନକ ବ୍ୟୁରୋ: ସୁଧୁରିବନି ପାକିସ୍ତାନ । ଭାରତ-ପାକିସ୍ତାନ ମଧ୍ୟରେ ୮୬ ଘଣ୍ଟା ଧରି ଚାଲିଥିବା ଯୁଦ୍ଧ ଆଜି ୫ଟାରେ ଶେଷ ହୋଇଥିଲା । ହେଲେ ଏହାର ୪ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପାକିସ୍ତାନ ସୀମା ପଟୁ ଗୁଳିଗୋଳା ବର୍ଷଣ କରୁଛି ପାକିସ୍ତାନ । ସେହିପରି ବାରମୂଲା ଓ ଶ୍ରୀନଗରରେ ଏକ ସନ୍ଦିଗ୍ଧ ଡ୍ରୋନ ବିସ୍ଫୋରଣ ହୋଇଥିବା କୁହାଯାଉଛି । 

ପୋଖରାନରେ ପାକିସ୍ତାନୀ ଡ୍ରୋନ ନଷ୍ଟ ହୋଇଥିବା ବେଳେ ସାମ୍ୱା, ଉଧମପୁର, ରାଜୋରୀରେ ଡ୍ରୋନ ଆକ୍ରମଣ ହୋଇଛି । ଡ୍ରୋନ ଆଟାକ ପରେ ରାଜସ୍ଥାନର ବାଡମେର, ଉରି, ଜୈସଲମେର, ପଠାନକୋଟ, ଗୁରୁଦାସପୁର, ଶ୍ରୀନଗର, ବାରମୂଲା, ପଞ୍ଜାବର ୩ ସହର ସମ୍ପୂର୍ଣ୍ଣ ବ୍ଲାକ ଆଉଟ ହୋଇଛି । 

ଅସ୍ତ୍ରବିରତି କରିବାକୁ କହି ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ପାକିସ୍ତାନକୁ ଏଥର ପାନେ ଦେବ ଭାରତ । ଏହି ଆକ୍ରମଣର ଜବାବ ଭାରତ ଶୁବଶୀଘ୍ର ଦେଇପାରେ । ଆଉ ପାକିସ୍ତାନକୁ ମୁହଁତୋଡ ଦେବାକୁ ଭାରତକୁ ବେଶି ସମୟ ଲାଗିବନି । କାରଣ ଜବାବ ଦେବାକୁ ବିଏସଏଫକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe