କନକ ବ୍ୟୁରୋ: ସୁଧୁରିବନି ପାକିସ୍ତାନ । ଭାରତ-ପାକିସ୍ତାନ ମଧ୍ୟରେ ୮୬ ଘଣ୍ଟା ଧରି ଚାଲିଥିବା ଯୁଦ୍ଧ ଆଜି ୫ଟାରେ ଶେଷ ହୋଇଥିଲା । ହେଲେ ଏହାର ୪ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପାକିସ୍ତାନ ସୀମା ପଟୁ ଗୁଳିଗୋଳା ବର୍ଷଣ କରୁଛି ପାକିସ୍ତାନ । ସେହିପରି ବାରମୂଲା ଓ ଶ୍ରୀନଗରରେ ଏକ ସନ୍ଦିଗ୍ଧ ଡ୍ରୋନ ବିସ୍ଫୋରଣ ହୋଇଥିବା କୁହାଯାଉଛି ।
ପୋଖରାନରେ ପାକିସ୍ତାନୀ ଡ୍ରୋନ ନଷ୍ଟ ହୋଇଥିବା ବେଳେ ସାମ୍ୱା, ଉଧମପୁର, ରାଜୋରୀରେ ଡ୍ରୋନ ଆକ୍ରମଣ ହୋଇଛି । ଡ୍ରୋନ ଆଟାକ ପରେ ରାଜସ୍ଥାନର ବାଡମେର, ଉରି, ଜୈସଲମେର, ପଠାନକୋଟ, ଗୁରୁଦାସପୁର, ଶ୍ରୀନଗର, ବାରମୂଲା, ପଞ୍ଜାବର ୩ ସହର ସମ୍ପୂର୍ଣ୍ଣ ବ୍ଲାକ ଆଉଟ ହୋଇଛି ।
ଅସ୍ତ୍ରବିରତି କରିବାକୁ କହି ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ପାକିସ୍ତାନକୁ ଏଥର ପାନେ ଦେବ ଭାରତ । ଏହି ଆକ୍ରମଣର ଜବାବ ଭାରତ ଶୁବଶୀଘ୍ର ଦେଇପାରେ । ଆଉ ପାକିସ୍ତାନକୁ ମୁହଁତୋଡ ଦେବାକୁ ଭାରତକୁ ବେଶି ସମୟ ଲାଗିବନି । କାରଣ ଜବାବ ଦେବାକୁ ବିଏସଏଫକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/10/cfd2wyAzCnJ5xJrlv6h1.jpg)