କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାର ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ଏହାର ଦ୍ବିତୀୟ ଦିନ । ତେବେ ଏହି ସମ୍ମିଳନୀର ଦ୍ବିତୀୟ ଦିନରେ ରାଜ୍ୟ ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗ ଦେଇ ପରିବେଶ ସହ କେମିତି ପରିବେଶ ଅନୁକୂଳ ଶିଳ୍ପ ପ୍ରତିଷ୍ଠା କରି ଓଡିଶାର ବିକାଶ ଧାରାକୁ ଆଗକୁ ନେଇ ହେବ ସେ ନେଇ ଆଲୋଚନା କରିଥିଲେ । ମନ୍ତ୍ରୀ କହିଛନ୍ତି- ପରିବେଶର ସୁରକ୍ଷା ଏବଂ ସନ୍ତୁଳନ ପ୍ରତି ଆମ ସରକାରଙ୍କର ଦୁର୍ବଳତା ରହିଛି । ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ପରିବେଶ ସୁରକ୍ଷା ଉପରେ ଫୋକସ୍ ଦେଉଥିବା ବେଳେ ଡବଲ ଇଞ୍ଜିନ ସରକାର ସେ ଦିଗରେ ପ୍ରୟାସ କରୁଛନ୍ତି ।
/filters:format(webp)/kanak/media/media_files/2025/10/07/mp-2025-10-07-17-20-35.jpeg)
ସେ କହିଛନ୍ତି , ଆମ ଭବିଷ୍ୟତ ଏବଂ ସମୃଦ୍ଧି ପାଇଁ ମାନସିକତା ପରିବର୍ତ୍ତନର ଆବଶ୍ୟକତା ରହିଛି । ପୂର୍ବରୁ ରାଜ୍ୟରେ ପାରମ୍ପରିକ ଶିଳ୍ପ ପ୍ରତିଷ୍ଠାକୁ ଗୁରୁତ୍ବ ଦିଆଯାଉଥିଲା । ମାତ୍ର ଏବେ ନ୍ୟୁ-ଏଜ୍ ଶିଳ୍ପ ପ୍ରତିଷ୍ଠା ହେଉଛି । ଆମ ସରକାର ବି ପରିବେଶ ଅନୁକୂଳ ଶିଳ୍ପ ପ୍ରତିଷ୍ଠା ପାଇଁ ଗୁରୁତ୍ବ ଦେଉଛନ୍ତି । ଏହା ସହ ବିଭିନ୍ନ ଶିଳ୍ପାଞ୍ଚଳରେ ବୃକ୍ଷ ରୋପଣକୁ ପ୍ରାଧାନ୍ୟ ଦିଆଯାଉଛି । ବର୍ତ୍ତମାନ ଓଡିଶା ଶିଳ୍ପାୟନ କ୍ଷେତ୍ରରେ, ଉଦ୍ୟୋଗ ଜଗତରେ ଏକ ନୂତନ ସମ୍ଭାବନା ମଧ୍ୟ ପରିଲକ୍ଷିତ ହୋଇଛି । ରିସର୍ଚ୍ଚ, ଇନୋଭେସନ ଉପରେ ଗୁରୁତ୍ବ ଦିଆଯାଉଛି, ଆଗାମୀ ପିଢି ପାଇଁ ଆମ ସାମାଜିକ ଦାୟିତ୍ବ ବୋଧକୁ ସୁନିଶ୍ଚିତ କରିବାକୁ ଆମେ ପ୍ରୟାସ ଜାରି କରିଛୁ । ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାରେ ଦେଶରେ ପ୍ରଥମଥର ପାଇଁ ଷ୍ଟାର୍ଟଅପ୍ ଆରମ୍ଭ ହୋଇଥିଲା । ମାତ୍ର ୯ ବର୍ଷ ଭିତରେ ୧୬ ଲକ୍ଷ ନିଯୁକ୍ତି ଷ୍ଟାର୍ଟଅପ୍ ମାଧ୍ୟମରେ ହୋଇଛି । ଷ୍ଟାର୍ଟଅପରେ ଆମ ଦେଶ ୩ୟ ସ୍ଥାନରେ ରହିଛି । ଓଡ଼ିଶା ସରକାର ମଧ୍ୟ ଷ୍ଟାର୍ଟଅପକୁ ଗୁରୁତ୍ବ ଦେଉଛନ୍ତି । ଷ୍ଟାର୍ଟଅପ୍ କ୍ଷେତ୍ରରେ ଆମେ ଦେଶରେ ନଂ-୧ ହେବାକୁ ଚେଷ୍ଟା ଚାଲିଛି ।
/filters:format(webp)/kanak/media/media_files/2025/10/07/sampad-swain-2025-10-07-17-21-08.jpeg)
ଓଡିଶାରେ ଯେତେ ଷ୍ଟାର୍ଟଅପ୍ ହେବ, ଆମେ ସେତେ ସମୃଦ୍ଧ ହେବା । ଆମ ରାଜ୍ୟ କୃଷି ପ୍ରାଧାନ୍ୟ ରାଜ୍ୟ । କନ୍ଦମୂଳ ଉତ୍ପାଦନରେ ୧- ନଂରେ ଆମେ ଅଛେ, ସୂର୍ଯ୍ୟମୁଖୀ ଉତ୍ପାଦନରେ ୨ୟରେ ରହିଛେ , ଅନ୍ୟ ଖାଦ୍ୟ ଶସ୍ୟ ଉତ୍ପାଦନରେ ଦେଶରେ ଆମେ ଭଲ ସ୍ଥିତିରେ ରହିଛେ । ଫୁଡ୍ ପ୍ରୋସେସିଙ୍ଗ୍ରେ ଗୋଟେ ଇକୋ ସିଷ୍ଟମ ହୋଇପାରିବ । ଅନ୍ୟ ରାଜ୍ୟ ତୁଳନାରେ ଆମର ଭଲ ପଲିସି ଅଛି, ଯୁବବର୍ଗମାନେ ଆଗ୍ରହ ଦେଖାଇବା ଦରକାର । ଫୁଡ୍ ପ୍ରୋସେସିଙ୍ଗ୍ରେ ମନ ବଳାଇବେ । ଏହା ହିଁ ସ୍ଥାୟୀ ଭବିଷ୍ୟତ ପାଇଁ ଉପଯୋଗୀ ହେଇପାରିବ । ସେମିକଣ୍ଡକ୍ଟର ହେଉଛି ଡିଜିଟାଲ ଅର୍ଥନୀତିର ଭିତ୍ତିଭୂମି । ଏହା ଦ୍ବାରା ଡାଟା ପ୍ରୋସେସିଙ୍ଗ୍, ଏଆଇ, ସ୍ଲେଫ୍ ଡିଫେନ୍ସ ସିଷ୍ଟମ ସେମିକଣ୍ଡକ୍ଟର ବିନା ସମ୍ଭବ ହେଇପାରିବନି । ତେଣୁ ଏଥିପ୍ରତି ଆଗ୍ରହ ଦେଖାଇ ଓଡିଆ ଯୁବକ ଆଗକୁ ଆସିବା ଦରକାର । ଆମ ସରକାର ମଧ୍ୟ ସବୁ ପ୍ରକାର ସହଯୋଗ କରିବେ ।
ବିଶ୍ବ ଜଳବାୟୁ ଜନିତ ସମସ୍ୟା ସହ ସଂଘର୍ଷ କରୁଥିବା ସମୟରେ ଆମେ ସୌରଶକ୍ତିକୁ ପ୍ରାଧାନ୍ୟ ଦେଉଛୁ । ଏହାର କାରଣ ହେଉଛି ପରିବେଶ ଅନୁକୂଳ ଏବଂ ଶକ୍ତି ସଞ୍ଚୟ ଏବଂ ଦୀର୍ଘସ୍ଥାୟୀ । ତେଣୁ ଆଜିର ସମୟରେ ନବୀକରଣ ଯୋଗ୍ୟ ଶକ୍ତି ସହ ବର୍ଜ୍ୟବସ୍ତୁର ପରିଚାଳନା, ଓ୍ୱେଷ୍ଟ ଓ୍ଵାଟରର ଟ୍ରିଟମେଣ୍ଟ ଆଦି କ୍ଷେତ୍ରରେ ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଓଡିଆ ଯୁବକଙ୍କୁ ଆହ୍ବାନ ଦେଲେ ମନ୍ତ୍ରୀ । ପରିବେଶ ଅନୁକୂଳ ଶିଳ୍ପ ପ୍ରତିଷ୍ଠା ସହ ସବୁଜ ଓଡିଶା ଗଠନ ଆମ ସରକାରଙ୍କ ଲକ୍ଷ୍ୟ । ଯେଉଁ ଶିଳ୍ପ ଦ୍ବାରା ପରିବେଶ ନଷ୍ଟ ନହେବ ସେ ଶିଳ୍ପ ଉପରେ ଆମ ସରକାର ଗୁରୁତ୍ବ ଦେଉଛନ୍ତି । ଏକ୍ ପେଡ୍ ମାଆ କେ ନାମ୍ ଅଭିଯାନରେ ଓଡିଶାରେ ୭୫ ଲକ୍ଷ ଗଛ ଲଗାଇବା ବଦଳରେ ଦେଢ କୋଟି ଗଛ ଲଗାଇବାରେ ସଫଳ ହୋଇଛି । ଏଥିରୁ ଆପଣ ଅନୁମାନ କରନ୍ତୁ ଆମ ସରକାରଙ୍କ ପରିବେଶ ପ୍ରତି ପ୍ରତିବଦ୍ଧତା ।
/filters:format(webp)/kanak/media/media_files/2025/10/07/mp-2025-10-07-17-21-37.jpeg)
ପରିବେଶ ସୁରକ୍ଷା ପାଇଁ ଆମେ ସମସ୍ତେ ୧୦ଟି ଲେଖାଏଁ ଗଛ ଲଗାଇ ଏହାର ଦାୟିତ୍ବ ନେବା । ଏହା ଆମ ସମସ୍ତଙ୍କ ସାମାଜିକ ଦାୟିତ୍ବ, ଏଥିପାଇଁ ସଙ୍କଳ୍ପ ନେବା ଦରକାର । ପରିବେଶ ସୁରକ୍ଷା ସହ ଶିଳ୍ପର ବିକାଶ ହେବା ନେଇ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ପରିବେଶ ସୁରକ୍ଷା ସହ ପରିବେଶର ସନ୍ତୁଳନ ରକ୍ଷା ପାଇଁ ସମ୍ବାଦ ଗ୍ରୁପର ଏଭଳି କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଦେଲେ ମନ୍ତ୍ରୀ । କହିଲେ ପୁନଶ୍ଚ ପୃଥିବୀ ମାଧ୍ଯମରେ ତଳସ୍ତରରେ ଏହାର ପ୍ରଭାବ ପଡୁଛି, ସମସ୍ତେ ସଚେତନ ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/07/13-2025-10-07-17-22-12.jpg)