କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି । ତିନି ଦିନିଆ ‘ପୁନଶ୍ଚ ପୃଥିବୀ’ ଜାତୀୟ ସମ୍ମିଳନୀର ଆଜି ହେଉଛି ଦ୍ୱିତୀୟ ଦିନ । ଏହି ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ‘ ଜଳବାୟୁ ପରିବର୍ତ୍ତନ : ଏକ ଜଳବାୟୁ ସ୍ଥିର କୃଷି ଦିଗରେ’ ଶୀର୍ଷକ ଆାଲୋଚନାରେ ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ କହିଲେ, ଜଳବାୟୁ ପରିବର୍ତ୍ତନ ସ୍ଥିତିରେ ଉପକୂଳରେ ବିଶେଷ ପ୍ରଭାବ ପରିଲକ୍ଷିତ ହେଉଛି ।
ଫସଲ ଉପରେ ଏହାର ପ୍ରଭାବ ପଡୁଛି। ମୃତ୍ତିକାର ସ୍ଥିତିରେ ମଧ୍ୟ ପରିବର୍ତ୍ତନ ହେଉଛି । ହଠାତ୍ ବାଦଲ ଫଟା ବର୍ଷା ଏବଂ ମରୁଡ଼ି କୃଷିକୁ କ୍ଷତି ପହଞ୍ଚାଉଛି । ତେଣୁ ଜଳବାୟୁକୁ ସହ୍ୟ କରୁଥିବା ଚାଷ ପ୍ରତି ଗୁରୁତ୍ବ ପ୍ରଦାନ କରାଯିବା ଜରୁରୀ । ଜଳବାୟୁ ଏବଂ ଆଗ୍ରୋ ଫରେଷ୍ଟି ନେଇ କୃଷକଙ୍କୁ ପରାମର୍ଶ ଦିଆଯିବା ଜରୁରୀ । କିନ୍ତୁ ରାଜ୍ୟରେ ସେଭଳି ଅଧିକାରୀଙ୍କ ଅଭାବ ରହିଛି । ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଜଳବାୟୁ ଉପଯୋଗୀ ଫସଲ ଚାଷ କରାଯିବା ଆବଶ୍ୟକ। ମୃତ୍ତିକାର ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଜରୁରୀ । ଚାଷୀ ନିଜର ମାଟି ଏବଂ ପାଣିପାଗ ଅନୁସାରେ ଚାଷ କରିବା ମଧ୍ୟ ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/07/48-2025-10-07-14-56-02.jpg)