କନକ ବ୍ୟୁରୋ: ବାତ୍ୟା ‘ଦାନା’କୁ ନେଇ ଆସିଛି ଆଉ ଏକ ବଡ ଖବର । କେନ୍ଦ୍ରାପଡା ତାଳଚୁଆରେ ଲ୍ୟାଣ୍ଡ କରିପାରେ ବୋଲି ଆକଳନ କରାଯାଉଛି । ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇସାରିଛି । ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଭିତରକନିକା- ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବାକୁ ନେଇ ପୂୁର୍ବରୁ ମଧ୍ୟ ଆକଳନ କରିସାରିଛି ପାଣିପାଗ ବିଭାଗ । ସମୁଦ୍ର ଉପକୂଳ ଯୋଗୁଁ ଏଠାରେ ଲ୍ୟାଣ୍ଡଫଲ କରିବା ନେଇ ଅଧିକ ସମ୍ଭାବନା ରହଇଥିବା ବିଭାଗୀ ପକ୍ଷରୁ କୁହାଯାଇଛି ।