ମାତିଛନ୍ତି ବୁଲା କୁକୁର ,ରାଜଧାନୀରେ ରାତିରେ ବୁଲିବା କଷ୍ଟକର ।

Advertisment

ରାତି ହେଲେ ରାଜଧାନୀରେ ବଢୁଛି ବୁଲା କୁକୁରଙ୍କ ଆତଙ୍କ । ବୁଲା କୁକୁରଙ୍କ ପାଇଁ ରାତି ୧୦ଟା ୧୧ଟା ପରେ ରାଜଧାନୀରେ ଯାତାୟାତ କରିବା କଷ୍ଟକର ହୋଇ ପଡୁଛି

ରାତି ହେଲେ ରାଜଧାନୀରେ ବଢୁଛି ବୁଲା କୁକୁରଙ୍କ ଆତଙ୍କ । ବୁଲା କୁକୁରଙ୍କ ପାଇଁ ରାତି ୧୦ଟା ୧୧ଟା ପରେ ରାଜଧାନୀରେ ଯାତାୟାତ କରିବା କଷ୍ଟକର ହୋଇ ପଡୁଛି

123

କନକବ୍ୟୁରୋ: ରାତି ହେଲେ ରାଜଧାନୀରେ ବଢୁଛି ବୁଲା କୁକୁରଙ୍କ ଆତଙ୍କ। ବୁଲା କୁକୁରଙ୍କ ପାଇଁ ରାତି ୧୦ଟା ୧୧ଟା ପରେ ରାଜଧାନୀରେ ଯାତାୟାତ କରିବା କଷ୍ଟକର ହୋଇ ପଡୁଛି। ସହରର ମୁଖ୍ୟ ରାସ୍ତା ଠାରେ ଆରମ୍ଭ କରି ଗଳିକନ୍ଦି ଯାଏଁ ସବୁଠି ବୁଲା କୁକୁରଙ୍କ ଆତଙ୍କ ଦେଖବାକୁ ମିଳୁଛି। ଯାହା ଫଳରେ ରାଜଧାନୀ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏ କେବଳ ଗୋଟିଏ ଦିନର ସମସ୍ୟା ନୁହେଁ ଏମିତି ବର୍ଷ ବର୍ଷ ଧରି ଏ ସମସ୍ୟା ଲାଗି ରହିଛି। ବୁଲା କୁକୁରଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟୁଛି ବୋଲି କହିଛନ୍ତି ରାଜଧାନୀ ବାସିନ୍ଦା। ବିଏମସି ଏସବୁ ଦେଖି ମଧ୍ୟ ଚୁପ୍ ରହୁଛି। ପୂର୍ବରୁ ବିଏମସି ପକ୍ଷରୁ କିଛି କିଛି ବୁଲା କୁକୁର କୁ ଉଠା ଯାଉଥିଲା କିନ୍ତୁ ଏବେ ପୁରା ବନ୍ଧ ହୋଇଯାଇଛି। ଯାହା ଫଳରେ ଏବେ ପ୍ରବଳ ବୁଲା କୁକୁର ରାଜଧାନୀରେ ରାତିରେ ବୁଲୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe