କନକବ୍ୟୁରୋ: ରାତି ହେଲେ ରାଜଧାନୀରେ ବଢୁଛି ବୁଲା କୁକୁରଙ୍କ ଆତଙ୍କ। ବୁଲା କୁକୁରଙ୍କ ପାଇଁ ରାତି ୧୦ଟା ୧୧ଟା ପରେ ରାଜଧାନୀରେ ଯାତାୟାତ କରିବା କଷ୍ଟକର ହୋଇ ପଡୁଛି। ସହରର ମୁଖ୍ୟ ରାସ୍ତା ଠାରେ ଆରମ୍ଭ କରି ଗଳିକନ୍ଦି ଯାଏଁ ସବୁଠି ବୁଲା କୁକୁରଙ୍କ ଆତଙ୍କ ଦେଖବାକୁ ମିଳୁଛି। ଯାହା ଫଳରେ ରାଜଧାନୀ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏ କେବଳ ଗୋଟିଏ ଦିନର ସମସ୍ୟା ନୁହେଁ ଏମିତି ବର୍ଷ ବର୍ଷ ଧରି ଏ ସମସ୍ୟା ଲାଗି ରହିଛି। ବୁଲା କୁକୁରଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟୁଛି ବୋଲି କହିଛନ୍ତି ରାଜଧାନୀ ବାସିନ୍ଦା। ବିଏମସି ଏସବୁ ଦେଖି ମଧ୍ୟ ଚୁପ୍ ରହୁଛି। ପୂର୍ବରୁ ବିଏମସି ପକ୍ଷରୁ କିଛି କିଛି ବୁଲା କୁକୁର କୁ ଉଠା ଯାଉଥିଲା କିନ୍ତୁ ଏବେ ପୁରା ବନ୍ଧ ହୋଇଯାଇଛି। ଯାହା ଫଳରେ ଏବେ ପ୍ରବଳ ବୁଲା କୁକୁର ରାଜଧାନୀରେ ରାତିରେ ବୁଲୁଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/IDYyLdSTMpBL7yB84lH5.jpg)