କନକ ବ୍ୟୁରୋ : ବରଗଡ ଗାଇସିଲଟ ୧୩ ବର୍ଷିୟା ନାବାଳିକା ଆତ୍ମାହୁତି ଘଟଣାର ସତ ଖୋଜୁଛି ପୁଲିସ । ଗତକାଲି ନାବାଳିକା ଜଣକ ନିଆଁ ଲଗାଇ ପୋଡ଼ି ଯାଇଥିବାବେଳେ ବୁର୍ଲା ଭୀମସାରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ତେବେ ପାରିବାରିକ କଳହରୁ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ । ଏହି ଆତ୍ମହତ୍ୟା ପଛରେ ଆଉ କଣ ରହସ୍ୟ ରହିଛି, ତାକୁ ନେଇ ପୁଲିସ ତଦନ୍ତ ଜାରି ରହିଛି ।

Advertisment

ଆଇଜିଙ୍କ ନିର୍ଦେଶରେ ୩ଟି ତଦନ୍ତ କାରୀ ଟିମ ଏହି ଘଟଣାର ଛାନଭିନ କରୁଛନ୍ତି । ମୃତ୍ୟୁ ପୁର୍ଵରୁ ନାବାଳିକାରର ବୟାନ, ନିଆଁ ଲାଗିବା ପରର ଏକ ଭାଇରାଲ ଭିଡିଓ ମଧ୍ୟ ପୁଲିସ ହାତରେ ଲାଗିଛି । ଯେଉଁଥିରେ ନାବାଳିକା ଜଣକ ସେ ଝିଅ ମତେ ଏମିତି ସେମିତି କହିଲା ବୋଲି ନାବାଳିକା କହୁଛନ୍ତି । ତାକୁ ମଧ୍ୟ ପୁଲିସ ଯାଞ୍ଚ କରୁଛି । ଏହି ଘଟଣାରେ ପୁଲିସ ନାବାଳିକାଙ୍କ ମାମୁଁ ଝିଅ, ସମ୍ପର୍କୀୟ ଅଜା ଓ ଗାଁର ଜଣେ ତେଜରାତି ଦୋକାନୀକୁ ପୁଲିସ ପଚରା ଉଚରା କରିଛି । ଏ ପର୍ଯ୍ୟନ୍ତ ପୁଲିସ କାହାକୁ ଅଟକ ରଖିନଥିବା ନେଇ ଆଇଜି ସୂଚନା ଦେଇଛନ୍ତି ।