କନକ ବ୍ୟୁରୋ: ଫୁଲବାଣୀର ମାତୃ ଶିଶୁ କେନ୍ଦ୍ରରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ । ସାଂଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ। 

Advertisment

ସୂଚନା ଅନୁସାରେ, ଗତ ୨୫ ତାରିଖରେ ଫୁଲବାଣୀର କାଚେରା ସାହିର ଲିଜା ମୁଖିର ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପରେ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଏସେନସିୟୁରେ ରଖାଯାଇଥିଲା । ତେବେ ଗୁରୁତର ହେବାରୁ ଲିଜାଙ୍କୁ ବ୍ରହ୍ମପୁର ମୁଖ୍ୟ ଶିଶୁ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ରବିବାର ସକାଳେ ବ୍ରହ୍ମପୁର ମେଡିକାଲାରେ ଶିଶୁପୁତ୍ର ବଦଳରେ ଶିଶୁକନ୍ୟା ଧରାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ଲିଜାଙ୍କ ସ୍ୱାମୀ ଦୀପକ କଟୁଆଳ । ଏ ନେଇ ଫୁଲବାଣୀ ଟାଉନ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ ଅଧିକାରୀ ଖବର ପାଇ ପରିବାର ଲୋକଙ୍କୁ ବୁଝା ସୁଝା କରିବା ସହ ଏଭଳି ଭୁଲ କିଭଳି ହେଲା, ତା’ର ତଦନ୍ତ ହେଉଥିବା କହିଛନ୍ତି । 

ଅନ୍ୟପଟେ ରାଇକିଆ ବ୍ଲକର ବାଲିଗାଡା ଗ୍ରାମର କିରଣ ପ୍ରଧାନ ଓ ଶାମୁକା ପ୍ରଧାନଙ୍କର ବଦଳି ଥିବା ଶିଶୁକନ୍ୟା ଜାଣିବା ପରେ ଆମ୍ବୁଲାନ୍ସ ଦ୍ଵାରା ବ୍ରହ୍ମପୁର ମେଡିକାଲକୁ ପଠାଇ ଦିଆଯାଇଛି। ପରିବାର ଲୋକ ସହ ଶିଶୁପୁତ୍ରକୁ ବ୍ରହ୍ମପୁର ପଠାଇ ଦିଆଯାଇଛି।